ଯାଜପୁର (ଏଟିଆର ବ୍ୟୁରୋ): ଭଗବାନଙ୍କ ପ୍ରସାଦକୁ ସାକ୍ଷୀ ରଖି ବାହା ହବାକୁ କଥା ଦେଲେ । ପରେ ନିର୍ଭରଯୋଗ୍ୟ ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ବି ରଖିଲେ । ଆଉ ଯେତେବେଳ କାମ ସରିଗଲା ହାତ ଛାଡି ଚାଲିଗଲା ପ୍ରେମିକ । ଏମିତି ଏକ ଲଭ ସେକ୍ସ ଧୋକା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳରେ । ଏନେଇ ଘର ଲୋକ ଜାଣିବା ପରେ ପ୍ରେମିକଙ୍କୁ ବାରଣ କରିଥିଲେ ।
ପରେ ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଯୁବକ ଜଣଙ୍କ ଏବେ ଗାଁ ଛାଡି ଚାଲି ଯାଇଛନ୍ତି । ଏମିତିକି ସମ୍ପୃକ୍ତ ଯୁବକ ଜଣଙ୍କ ପରିବାର ଲୋକ ମଧ୍ୟ ଏବେ ଗାଁ ଛାଡି ଚାଲି ଯାଇଛଉନ୍ତି । ତେବେ ଯୁବକ ଜଣଙ୍କ ନାମ ପ୍ରସନ୍ନ ସେଠୀ ବୋଲି ଜଣା ପଡିଛି । ଶେଷରେ ଯୁବତୀଙ୍କ ପରିବାର ଏବେ ଏନେଇ ଥାନାରେ ମାମଲା ରୁଜୁ କରିଛନ୍ତି ।