ଭୁବନେଶ୍ୱର (ଏଟିଆର ବ୍ୟୁରୋ); ନିଦ୍ଧୁର୍ମ ଛେଚା ଖାଇଲେ ଲଭର ବୟ । ତେବେ ଏହି ଲଭର ବୟ ଜଣକ ଅଷ୍ଟମ ଶ୍ରେଣୀର ଛାତ୍ର ବୋଲି ଜଣା ପଡିଛି । ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏହି ଛାତ୍ର ଜଣକ ଜଣେ କି ଦୁଇ ଜଣ ନୁହେଁ ଚାରି ଜଣ ନାବାଳିକା ଗାର୍ଲଫ୍ରେଣ୍ଡଙ୍କ ସହିତ ଖଣ୍ଡଗିରି ଆସିଥିବା ବେଳେ ଅଭିଭାବକ ଏବଂ ସ୍ଥାନୀୟ ଲୋକଙ୍କ ହାବୁଡରେ ପଡି ଯାଇଥିଲେ । ଫଲରେ ବୋହେ ଛେଚା ଖାଇଥିବା ଜଣା ପଡିଛି । ସେପଟେ ତାଙ୍କ ସହିତ ଆସିଥିବା ନାବାଳିକା ମାନଙ୍କୁ ମଧ୍ୟ ତାଗିଦ କରାଯାଇଛି ।
ସୂଚନା ଯୋଗ୍ୟ ମଙ୍ଗଳବାର ଭାଲେଣ୍ଟାଇନ ସପ୍ତାହ ପାଳନ କରିବା ପାଇଁ ନାବାଳକ ଜଣକ ଚାରି ଜଣ ନାବାଳିକା ପ୍ରେମିକାଙ୍କ ଧରି ଖଣ୍ଡଗିରି ଆସିଥିଲା । ତେବେ ସେଠାରେ ନାବାଳିକାଙ୍କ ଅଭିଭାବକଙ୍କ ହାବୁଡରେ ପଡି ଯାଇଥିଲେ । ପରେ ନାବାଳକର ମୋବାଇଲ ଛଡାଇ ନେଇଥିଲେ ସ୍ଥାନୀୟ ଲୋକ । ମୋବାଇଲରେ ଯେଉଁଭଳି ଫଟୋଥିଲା ତାହା ନକହିବା ଭଲ । ଛୋଟ ଛୁଆ ହୋଇଥିଲେ ମଧ୍ୟ କୌଣସି ବଡ ଲୋକଠାରୁ କମ ନଥିଲା । ମୋବାଇଲରେ ଝିଅଙ୍କ ସହିତ ଅସଞ୍ଜତ ଅବସ୍ଥାରେ କେତେକ ଫଟୋ ମଧ୍ୟ ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଲୋକଙ୍କ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଶେଷରେ ସୋମନେ ରାଗି ଯାଇ ନାବାଳକର ମୋବାଇଲ ଭାଙ୍ଗି ଦେଇଥିଲେ । ଏବଂ ଲଭର ବୟଙ୍କ ଉତ୍ତମ ମଧ୍ୟମ ଦେଇଥିଲେ । ସେପଟେ ନାବାଳିକା ମାନଙ୍କୁ ମଧ୍ୟ ତାଗିଦ କରାଯାଇଥିଲା । ସମସ୍ତେ ଆଗକୁ ଆଉ ଏଭଳି ଭୁଲ ହେବ ନାହିଁ କହି କ୍ଷମା ମାଗିଥିଲେ । ଶେଷରେ ସେମାନଙ୍କୁ ଛାଡି ଦିଆ ଯାଇଥିଲା ।
ଚାଲିଛି ଭାଲେଣ୍ଟାଇନ ସପ୍ତାହ । ପ୍ରେମି ଯୁଗଳମାନେ ପ୍ରତ୍ୟେକ ଦିନକୁ ପାଳନ କରିବାରେ ଲାଗି ପଡିଛନ୍ତି । ତେବେ ଏଥିରୁ ବାଦ ପଡିନଥିଲେ ନାବାଳକ । ମାତ୍ର ଛୋଟ ଛୁଆ ହୋଇ ମଧ୍ୟ ଚାରି ଜଣଙ୍କୁ ଏକା ସାଙ୍ଗରେ ନେଇ ଆସିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ସେପଟେ ଏଭଳି ଘଟଣା ଅତ୍ୟନ୍ତ ନିନ୍ଦନୀୟ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ସ୍କୁଲରୁ ପାଠ ପଢ଼ା ସରିନଥିବା ପିଲା ଯଦି ଏତେ ଆଗକୁ ଯିବେ ତା ହେଲେ ସେମାନେ କଲେଜ ଗଲେ କେମିତି ଖେଳ କରିବେ ତାକୁ ନେଇ କେତେକ ଲୋକ ମଜାକ ଉଡାଇ କଥା ହେଉଥିବା ଦେଖିବାକୁ ମିଳିଛି ।