ବଲାଙ୍ଗୀର ( ଏଟିଆର ବ୍ୟୁରୋ): ଦୁହେଁ ଦୁହିଁକୁ ପ୍ରେମ କରୁଥିଲେ । ବାହା ହେବାକୁ ମଧ୍ୟ ଚାହୁଁଥିଲେ । ଏ ବିଷୟରେ ଘରେ ଜଣେଇବା ପରେ ଘରଲୋକ ବିରୋଧ କରିଥିଲେ । ଉଭୟ ସମ୍ପର୍କରେ ଭାଇ ଭଉଣୀ ହେବେ ବୋଲି ମନା କରିଥିଲେ ପରିବାର ଲୋକେ । ତେବେ ପ୍ରେମିକା ବାହାହେବାକୁ ମନା କରିବାରୁ ପ୍ରେମିକା ବେକ କାଟିଦେଲା ପ୍ରେମିକ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଟିଟିଲା ଗଡ ଅଞ୍ଚଳରେ ।
ସୂଚନା ଅନୁସାରେ ଜଣେ ୨୧ ବର୍ଷ ଯୁବକୁ ୪ ବର୍ଷ ଧରି ପ୍ରେମ କରୁଥିଲେ ବଲାଙ୍ଗୀର ବିଜେପୁର ଅଞ୍ଚଳର ଛଦ୍ମନାମ ସୀମା ନାମକ ଜଣେ ଯୁବତୀ । ଉଭୟ ଉଭୟଙ୍କୁ ଭଲ ପାଉଥିଲେ ତେବେ ଘରେ ଏ ବିଷୟରେ ଜଣାଇବା ପରେ ସେମାନେ ସମ୍ପର୍କରେ ଭାଇ ଭଉଣୀ ହେବେ ବୋଲି ପରିବାର ଲୋକେ ଉଭୟଙ୍କ ବିଭାହକୁ ବିରୋଧ କରିଥିଲେ । ତେବେ ସମ୍ପର୍କୀୟ ଭାଇ ହୋଇଥିବାରୁ ବାହା ହେବାକୁ ମନା କଲା ପ୍ରେମିକା । ପ୍ରେମିକ କିନ୍ତୁ ଏଇ ଭାଇ ଭଉଣୀ ସଂପର୍କକୁ ମାନିବାକୁ ନାରାଜ ।
ଆଜି ପ୍ରେମିକ ଜଣଙ୍କ ଯବୁତୀଙ୍କୁ ଘର ପାଖରୁ ୧୦୦ ମିଟର ଦୂର ଏକ ସ୍ଥାନକୁ ଡାକି ବାହାହେବା ପାଇଁ ବୁଝାସୁଝା କରିଥିଲେ । କିନ୍ତୁ ଏଥିରେ ସୀମା ରାଜି ହୋଇ ନଥିଲେ ଯାହା ଫଳରେ ପ୍ରତିଶୋଧ ପରାୟଣ ହୋଇ ଉଠିଲା ପ୍ରେମିକ । ନିଜ ଜିଦିକୁ ସାବ୍ୟସ୍ତ କରିବା ପାଇଁ ଉତକ୍ଷିପ୍ତ ହୋଇ ଏକ ବ୍ଲେଡରେ ସୀମାର ବେକ ଓ ହାତ କାଟି ପକାଇବା ସହିତ ନିଜ ହାତ ଓ ବେକକୁ ମଧ୍ୟ କାଟି ପକାଇଥିଲେ । ଉଭୟଙ୍କ ଚିକ୍ରାର ଶୁଣି ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଟିଟିଲାଗଡ ଡାକ୍ତରଖାନା ନେଇଥିଲେ । ସେଠାରେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ପରେ ବଲାଙ୍ଗୀର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । ଉଭୟଙ୍କ ଅବସ୍ଥା ଏବେ ଗରୁତର ରହିଛି ।