ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ବର୍ଷାର ପରିମାଣ ବଢିଛି । ଏହି ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓ ଦକ୍ଷୀଣ ଓଡିଶାରେ ମଧ୍ୟମ ଧରଣର ବର୍ଷା ହେବା ଆଶଙ୍କା କରାଯାଉଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ।
ତେବେ ବଙ୍ଗୋପ ସାଗରରେ ଆଉ ଗୋଟେ ଲଘୁଚାପ ସୃଷ୍ଟି ହେବା ଆଶଙ୍କା ରହିଛି । ତେବେ ଯଦି ଆଜି ଏହି ଲଘୁଚାପ ସୃଷ୍ଟି ହୁଏ ଏହାର ପ୍ରଭାବରେ ଆସନ୍ତା ୨ ଦିନ ମଧ୍ୟରେ ବର୍ଷାର ପରିମାଣ ବଢିବ ବୋଲି ପାଣପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ଏହାର ପ୍ରଭାବରେ ମଧ୍ୟ ଉପର ମୁଣ୍ଡରେ ବର୍ଷାର ପରିମାଣ ବଢିବ । ମୟୁରଭଞ୍ଜ, କେନ୍ଦୁଝର,କେନ୍ଦ୍ରାପଡା,କଟକ, ଜଗତସିଂହପୁର, ଢେଙ୍କାନାଳ, ଯାଜପୁର, ଭଦ୍ରକ, ନବରଙ୍ଗପୁର ଓ କଳାହାଣ୍ଡିରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।