କନ୍ଧମାଳ (ଏଟିଆର ବ୍ୟୁରୋ): ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାର ପ୍ରକୋପ ଜାରି ରହିଛି । ପ୍ରବଳ ଶୀତ ହେତୁ ଫୁଲବାଣୀରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳୁଛି । କନ୍ଧମାଳ ଜିଲ୍ଲାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ତଳେ ରହିଥିବାର ରେକର୍ଡ କରାଯାଇଛି ।
ରାଜ୍ୟରେ ଶୀତର ପ୍ରକୋପ ବୃଦ୍ଧି ପାଇବା ନେଇ ଜୀବନ ଜିବିକା ଅସହ୍ୟ ହୋଇପଡୁଛି । ଶୀତ ବସ୍ତ୍ର ନ ପିନ୍ଧିଲେ ବାହାରକୁ ବାହାରି ହେଉନଥିବା ବେଳେ ଆଗକୁ ଶୀତର ପ୍ରକୋପ ଆହୁରି ବୃଦ୍ଧି ପାଇବ ବୋଲି ଅନୁମାନ କରାଯାଉଛି ।
ଫୁଲବାଣୀରେ ମଧ୍ୟ ତୁଷାରପାତ ଦେଖିବାକୁ ମିଳୁଛି । ସକାଳୁ ସକାଳୁ ରାସ୍ତାଘାଟ ଓ ଗାଡିଗୁଡିକରେ ତୁଷାରପାତ ଜମିଥିବାର ଦେଖିବାକୁ ମିଳୁଛି । ପ୍ରବଳ ଶୀତ ପଡୁଥିବାରୁ ସକାଳୁ ଘରୁ ବାହାରିବା ଅସହ୍ୟ ହୋଇପଡୁଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ବିଭିନ୍ନ ସ୍ଥାନରେ ନିଆଁ ପୁଇଁଥିବାର ଦେଖିବାକୁ ମିଳୁଛି ।
ଗତ ଦୁଇଦିନ ହେବ ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଛି । ଫୁଲବାଣୀର ତାପମାତ୍ରା ଆହୁରି ୧ରୁ ୨ ଡିଗ୍ରୀକୁ ଖସିବ ବୋଲି ଅନୁମାନ କରାଯାଉଛି ।