କଟକ (ଏଟିଆର ବ୍ୟୁରୋ) ; ଆଇନଜିବୀଙ୍କୁ ମାଡ ମାରିଥିବା ପୋଲିସକୁ ଗିରଫ କରିବା ପ୍ରତିବାଦରେ ଦୀର୍ଘ ଦୁଇ ମାସ ହେବ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲି ଆସିଛି । ତେବେ ଏହି ଆନ୍ଦୋଳନ ଫଳରେ ରାଜ୍ୟର ନ୍ୟାୟିକ ବ୍ୟବସ୍ଥା ଅଚଳ ହୋଇପଡି ରହିଛି । ଯାହା ଫଳରେ ଜେଲରେ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ଆଜି ଏହି ଆନ୍ଦୋଳନରେ ଆଜି ନୂଆ ମୋଡ ଦେଖିବାକୁ ମିଳିଛି । ବିଜେଡି ଲିଗାଲଫ୍ରଣ୍ଟରେ ଥିବା ୩୦ ହଜାର ଆଇନଜିବୀମାନେ ଆନ୍ଦୋଳନରୁ ଓହରି ଯାଇ ପୁଣି ଥରେ କାର୍ଯ୍ୟରେ ଦେବା ପାଇଁ ଘୋଷଣା କରିଛନ୍ତି । କାରଣ ଦୀର୍ଘ ଦୁଇ ମାସ ଧରି କାର୍ଯ୍ୟ ବନ୍ଦ ହେବା ଫଳରେ ଜୁନିୟର ଆଇନଜିବୀ ମାନଙ୍କ ବହୁତ କ୍ଷତି ହୋଇଛି । ଯାହାକି ଭରଣ ହେବା ପାଇଁ ବହୁଦିନ ଲାଗିବ ବୋଲି କହିଛନ୍ତି । ଏଣୁ ଏମାନେ ଆନ୍ଦୋଳନରୁ ଓହରି ପୁନର୍ବାର କାର୍ଯ୍ୟରେ ଯୋଗ ଦେବେ ।
ବିଜେଡି ଲିଗାଲଫ୍ରଣ୍ଟର ଆଇନଜିବୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ମଧ୍ୟ ରାଜ୍ୟର ୧୨୦ଟି ବାର ଆସୋସିଏସନ ହକ ପୂରଣ ନ ହେବା ପର୍ଯ୍ୟନ୍ତଏହି ଆନ୍ଦୋଳନକୁ ଜାରୀ ରଖିବା ନେଇ ପ୍ରକାଶ କରିଛନ୍ତି ଓଳିଲ ସଂଘର ସଂପାଦକ । ତେବେ ଏହି ଆନ୍ଦୋଳନ ପଛରେ ରାଜନୈାତିକ ଗୋଟି ଚଳାନା ହେଉଥିବା ନେଇ ଚର୍ଚ୍ଚା ହେଉଛି । ଏହି ରାଜନୈାତିକ ଗୋଟି ଚାଳନା ପାଇଁ ଆଇନଜିବୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ଯେଉଁ କାରଣରୁ ଆଜି ଦୁଇଟି ଗୋଷ୍ଟୀରେ ପରିଣତ ହେବାକୁ ବସିଛି । ଦୁଇ ଗୋଷ୍ଟୀ ହେବା ଫଳରେ ଭବିଷ୍ୟତରେ ବହୁତ କ୍ଷତି ହେବା ବୋଲି କହିଛନ୍ତି ବରିଷ୍ଟ ବୁଦ୍ଧିଜିବୀମାନେ ।