ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ଆଜି ଏ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ । ଭାରତ ସମେତ ଇୟୁରୋପ ,ସସିଆ ସମେତ ଅନେକ ମହାଦେଶରେ ଏହା ଦୃଶ୍ୟମାନ ହେବ । ଓଡିଆ ରୀତିନୀତି ଅନୁସାରେ ଆଜି ଅପରାହ୍ନ ୪ ଟାରୁ ପାକ ତ୍ୟାଗ ବନ୍ଦ ରହିବ । ଏହି ଅବସରରେ ଗତକାଲି ମହାପ୍ରଭୁ ଜଗନ୍ନାଥଙ୍କର ସଅଳ ନୀତିକ୍ରାନ୍ତି ଶେଷ ହୋଇଥିଲା ।
ଅପରାହ୍ଣ ସାଢ଼େ ୩ଟାରେ ସିଂହାସନ ମାଜଣା। ଏହା ପରେ ୪ଟାରୁ ଗୋଟି ପହଣ୍ଡି ନୀତି ଅନୁଷ୍ଠିତ ହୋଇ ପହଣ୍ଡି ବିଜେ ରାତି ୧୦ଟା ସୁଦ୍ଧା ଶେଷ କରାଯାଇଥିଲା । ରାତି ୧ଟା ୩୧ ରୁ ୪ଟା ୨୯ ଯାଏଁ ଏହି ଆଂଶିକ ଚନ୍ଦ୍ର ଗ୍ରହଣକୁ ଖାଲି ଆଖିରେ ଦେଖିହେବ ।
ସେହିଭଳି ଚନ୍ଦ୍ରଗ୍ରହଣ ପାଇଁ ପୂଜା ବିଧିରେ ମଧ୍ୟ ପରିବତ୍ତନ ରହିଛି । ହିନ୍ଦୁ ରୀତିନୀତି ଅନୁସାରେ ଦିନ ଅପରାହ୍ନ ୪ ପରଠାରୁ ସମସ୍ତ ଦେବ ନୀତି ବନ୍ଦ ରହିବ । ବୁଧବାର ସକାଳୁ ସ୍ନାନ ପରେ ପୁଜାବିଧି କରିପାରିବେ ଏବଂ ନୁତନ ରନ୍ଧା ଖାଦ୍ୟ ଗ୍ରହଣ କରିପାରିବେ । ଏହି ସମୟ ମଧ୍ୟରେ ସମସ୍ତ ଦେବାଳୟ ବନ୍ଦ ରହିବ ।