ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଭୁବନେଶ୍ୱରରୁ କୋଲକାତାକୁ ସାଇକେଲ ଯାତ୍ରା । ତାହା ପୁଣି ଭୁବନେଶ୍ୱରର ଜଣେ ୨୧ ବର୍ଷିୟ ଯୁବକ ଏହି ଯାତ୍ରା ଆରମ୍ଭ କରିଛନ୍ତି । ମାନବ ବଗଡିୟା ନାମକ ଯୁବକ ଜଣକ ଆତ୍ମପ୍ରେମ, ଆତ୍ମନିର୍ଭରତାର ସନ୍ଦେଶ ନେଇ ଏହି ଯାତ୍ରା ଆରମ୍ଭ କରିଛନ୍ତି । ଆଜି ସକାଳ ୭ଟାରେ ଶାନ୍ତି ସ୍ତୂପ ଧଉଳି ଠାରେ ବିଶ୍ୱ ଶାନ୍ତି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଆଧ୍ୟାତ୍ମିକ ଗୁରୁ ବିଶାଲ ଅବତାର ସବୁଜ ପତାକା ଦେଖାଇବା ପରେ ଯାତ୍ରା ଆରମ୍ଭ କରିଥିଲେ ମାନବ ।
ଗତ ପାଞ୍ଚ ବର୍ଷ ହେବ ବିଶାଲ ଅବତାରଙ୍କ ନିର୍ଦ୍ଦେଶନାରେ ଆଧ୍ୟାତ୍ମିକତା ସହ ଜଡିତ ଅଛନ୍ତି ମାନବ । କିଶନ ବାଗଡିୟା ଏବଂ ବିନୀତା ବାଗଡିୟାଙ୍କ ପୁତ୍ର ହେଉଛନ୍ତି ମାନବ । ପୁରା ପରିବାର ଆଧ୍ୟାତ୍ମିକ ସହ ଜଡିତ ଅଛନ୍ତି ।
ବିଶ୍ୱ ଶାନ୍ତି ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏହି ସାଇକେଲ ଯାତ୍ରାର ମୂଳ ଉଦ୍ଦ୍ୟେଶ ହେଉଛି ଯୁବପିଢୀଙ୍କୁ ଧ୍ୟାନ, ଜ୍ଞାନ ଏବଂ ଶାକାହାର ବିଷୟରେ ସଚେତନ କରାଇବା ।
ଯାତ୍ରା ଆରମ୍ଭ କରିବା ପରେ ଧଉଳିରୁ ଭୁବନେଶ୍ୱର ପର୍ଯ୍ୟନ୍ତ ପ୍ରାୟତଃ ୨୧ ଜଣ ସାଇକେଲ ଚାଳକ ମାନବଙ୍କୁ ତାଙ୍କ ଯାତ୍ରାରେ ସମର୍ଥନ କରିଥିଲେ ।
ଏହି ଲମ୍ବା ସାଇକେଲ ଯାତ୍ରାରେ ଅନେକ ଷ୍ଟପେଜ ରହିଛି । ସେହିପରି ପ୍ରଥମ ଷ୍ଟେପେଜ୍ ଥିଲା ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର । ଏଠାରେ ସମଜାର ବରିଷ୍ଠ ସଦସ୍ୟ ଏବଂ ବିଭିନ୍ନ ସାମାଜିକ ସଂସ୍ଥା ଦ୍ୱାରା ମାନବଙ୍କୁ ତାଙ୍କର ଏହି ଯାତ୍ରା ପାଇଁ ଉତ୍ସାହିତ କରାଯାଇଥିଲା । ଏହାପରେ ରୋଟାରୀ ଇଂଟରନେସନାଲ ଜିଲ୍ଲା ଗଭର୍ଣ୍ଣର ମାନବଙ୍କୁ ତାଙ୍କ ଯାତ୍ରା ପାଇଁ ସବୁଜ ପତାକା ଦେଖାଇଥିଲେ ।
ଆଜିଠାରୁ ଆରମ୍ଭ ହୋଇଥିବା ମାନବଙ୍କର ଏହି ସାଇକେଲ ଯାତ୍ରା ଫେବୃଆରୀ ୧୪ ଶେଷ ହେବ । ମାନବ ଭୁବନେଶ୍ୱର, କଟକ, ଚଣ୍ଡିଖୋଲ, ଯାଜପୁର ରୋଡ, ଭଦ୍ରକ, ସୋରୋ, ବାଲେଶ୍ୱର, ବାରିପଦା, ଖଡକପୁର, ମେଦିନପୁର ଦେଇ କୋଲକାତାରେ ପହଁଚିବେ ।