ପୁରୀ(ଏଟିଆର ବ୍ୟୁରୋ):ପୁଣି ଅନଲାଇନରେ ବେଆଇନ ଭାବେ ବିକ୍ରି ହେଲା ମହାପ୍ରଭୁଙ୍କ ମହାପ୍ରସାଦ । ମହାପ୍ରସାଦ ବିକ୍ରି ନେଇ ପୁରୀ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି । ଆମାଜନ, ପିଣ୍ଟରେଷ୍ଟ ପରେ ଏବେ ସାମ୍ନାକୁ ଆଉ ଏକ ସଂସ୍ଥା ଅନଲାଇନରେ ନିର୍ମାଲ୍ୟ, ଖଜା , ବଲ୍ଲଭ, ଓ ଜଗନ୍ନାଥଙ୍କ ଫଟୋର ଏକ ପ୍ୟାକେଟ ପ୍ରସ୍ତୁତ କରି ବିକ୍ରି କରୁଥିବାର ସୂଚନା ମିଳିଛି ।
ଏହି ଅନଲାଇନ ଜରିଆରେ ୮୦୦ ଗ୍ରାମ ଖଜା ପ୍ୟାକେଟକୁ ୩୩୨ ଟଙ୍କାରେ ବିକ୍ରି କରାଯାଉଛି । ଅଭିଯୋଗ ହେବା ସତ୍ତେ୍ୱ ମଧ୍ୟ ଜଗନ୍ନାଥ ସଂସ୍କୃତିର ସୁରକ୍ଷା ପାଇଁ ନିଆଯାଇ ନାହିଁ କୈାଣସି ପଦକ୍ଷେପ ।
ପିଣ୍ଟରେଷ୍ଟ ନାମକ ଏକ ଅନଲାଇନ ସଂସ୍ଥା ମହାପ୍ରଭୁଙ୍କ ମହାପ୍ରସାଦ ଓ ଶୁଖିଲା ଭୋଗ ବିକ୍ରି କରୁଥିବା ଜଣା ପଡିବା ପରେ ସିଂହଦ୍ବାର ଥାନାରେ ଏନେଇ ଏତଲା ରୁଜୁ ହୋଇଥିଲା ।ଶୁଖିଲା ମହାପ୍ରସାଦ ଅନଲାଇନରେ ବିକ୍ରି ହେଲେ କୈାଣସି ଅସୁବିଧା ନାହିଁ ବୋଲି କିଛି ଲୋକଙ୍କର ମତ ରହିଛି ।