ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସବୁବେଳେ ନିଜ ତୁଣ୍ଡ ପାଇଁ ଚର୍ଚ୍ଚାରେ ରହି ଆସୁଥିବା ପିପିଲି ବିଧାୟକ ଏବେ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ତେବେ ଏଥିପାଇଁ ସେ ଗୋଟେ ସର୍ତ୍ତ ରଖିଛନ୍ତି, ଗତକାଲି ତାଙ୍କ ନାମରେ ବିଜେପି ୧୦୦ କୋଟି ଟଙ୍କାର ଜମି ହଡପ ଅଭିଯୋଗର ଯଦି ପ୍ରମାଣ ମିଳେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ ବୋଲି କହିଛନ୍ତି । ବିଜେପିକୁ ଚ୍ୟାଲେଞ୍ଜ ଦେଇ ଶ୍ରୀ ମହାରଥୀ କହିଛନ୍ତି ବିଜେପି ଆଣିଥିବା ସମସ୍ତ ଅଭିଯୋଗ ମନଗଢା କାହାଣୀ ।
ପିପିଲି ଓ ଡେଲାଙ୍ଗରେ ଯଦି ମୁଁ ଜମି ରେଜିଷ୍ଟ୍ରସନ କରିଥିବାର ପ୍ରମାଣ ମିଳେ ତେବେ ମୁଁ ଆଉ ବିଧାନସଭା ଆସିବି ନାହିଁ । ରାଜନୀତିରୁ ସନ୍ୟାନ ନେବି । ସୂଚନାଯୋଗ୍ୟ ଗତକାଲି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ପ୍ରଦୀପ ମହାରଥୀ ୧୦୦ କୋଟି ଟଙ୍କାର ସରକାରୀ ଜମିକୁ ହଡପ କରିଛନ୍ତି । ସେ ଅଭିଯୋଗରେ ଦର୍ଶାଇଥିଲେ ପ୍ରଦୀପ ମହାରଥୀ ହୁଙ୍କେଇପୁର ଫାର୍ମ ହାଉସ , ପୋଡାଗୁଣ୍ଡ ଓ ପାଣିଦେଉଳରେ ସରକାରୀ ଜମି ହଡପ କରିଛନ୍ତି । ୨୦୧୫ ମସିହାରେ ଏହି ମାମଲାରେ କଂଗ୍ରେସ ପ୍ରାର୍ଥୀ ତଥା ତାଙ୍କ ପ୍ରତିଦ୍ୱନ୍ଦୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।