ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ସାରା ଭାରତ ଆଜି ପାଳନ କରୁଛି ପୋଙ୍ଗଲ ଓ ମକର ସଂକ୍ରାନ୍ତି । ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ମୁଖ୍ୟମନ୍ତ୍ରୀ ଦେଶବାସୀଙ୍କୁ ଟ୍ୱିଟ କରି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ କରି କହିଛନ୍ତି ଦେଶବାସୀଙ୍କୁ ମକର ସଂକ୍ରାନ୍ତିର ଶୁଭେଚ୍ଛା ଓ ଶୁଭକାମନା ।
ସେହିପରି ପୋଙ୍ଗଲ ବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ତାମିଲବାସୀ ତଥା ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ତାମିଲରେ ଏହି ପର୍ବ ଖୁବ୍ ଧୁମଧାମରେ ପାଳନ କରାଯାଏ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନଙ୍କ ସମେତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ପୋଙ୍ଗଲ ସହ ମକର ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇଛନ୍ତି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟରେ ୪ ଟି ଭାଷାରେ ଟୁଇଟ କରିଛନ୍ତି । ପ୍ରଥମେ ସେ ହିନ୍ଦୀରେ ଶୁଭକାମନା ଜଣାଇଥିବା ବେଳେ ପରବର୍ତ୍ତୀ ସମୟରେ ଇଂଲଣ୍ଡ ଏବଂ ତାମିଲ ଭାଷାରେ ମଧ୍ୟ ଟୁଇଟ କରିଛନ୍ତି ।ଏହି ପର୍ବ ମାତୃ ପ୍ରକୃତିର ସମ୍ମାନରେ ପାଳନ କରାଯାଏ ବୋଲି ସେ କହିଛନ୍ତି ।