ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଆସନ୍ତା କାଲି ମକର ସଂକ୍ରାନ୍ତି । କିନ୍ତୁ ଆକାଶରେ ନାହିଁ ରଙ୍ଗବେରଙ୍ଗର ଗୁଡି । ଏହି ଦିନ ଲୋକେ ମକର ଚାଉଳ ଖାଇବା ସହ ଗୁଡି ଉଡାନ୍ତି । ଏ ବର୍ଷ ସବୁ ପର୍ବପର୍ବାଣୀରେ ବାଧକ ସାଜିଛି କରୋନା ।ବ୍ୟବସାୟୀମାନଙ୍କ ଉପରେ ଏହାର ପ୍ରଭାବ ପଡୁଛି ବୋଲି କହିଲେ କିଛି ଭୁଲ ହେବ ନାହିଁ । ଦିନକୁ ମାତ୍ର ୨୫ ରୁ ୩୦ ଟଙ୍କାର ବେପାର ହେଉଛି କି ନାହିଁ ତା ଭି ସନ୍ଦେହ ।
ଏବର୍ଷ ବଜାରରେ ଭଳିକି ଭଳି ଗୁଡି ଦେଖିବାକୁ ମିଳୁ ନାହିଁ । ବଜାରରେ ଗୁଡିର ଚାହିଦା ପୁର୍ବ ତୁଳନାରେ କମ ରହିଛି । କରୋନା ମହାମାରୀ ପାଇଁ ବଜାରରେ ଅଧିକ ଗୁଡି ଦୋକାନୀ ଦେଖିବାକୁ ମିଳୁନାହିଁ । ସହରରେ ମଧ୍ୟ ପିଲାଙ୍କ ମଧ୍ୟରେ ଗୁଡି ଉଡାଇବା ନେଇ ଆଗ୍ରହ ଦେଖାଯାଉ ନାହିଁ ।
ଦୋକାନୀଙ୍କ କହିବା ଅନୁସାରେ ବିଭିନ୍ନ ରାଜ୍ୟରେ ମୋଦୀ ଏବଂ କରୋନା ଗୁଡି ବିକ୍ରି ହେଉଛି ।ଆଶା ଥିଲା ଆମେ ପ୍ରତି ବର୍ଷ ପରି ଏ ବର୍ଷ ଭି କିଛି ପିଇସା ରୋଜଗାର କରିବୁ କିନ୍ତୂ କରୋନା ଯୋଗୂୁ ପରିବହନରେ ବାଧାପ୍ରାପ୍ତ ହୋଇଛି । ଅନ୍ୟ ପଟେ କଟକରେ ମାଞ୍ଜା ସୂତା ବିକ୍ରି ଉପରେ କଟକଣା ଲଗିଛି କଟକଣା ।
କଟକ ମହାନଗର ନିଗମ ଏହାର ବିକ୍ରି ଓ ବ୍ୟବହାର ଉପରେ ସମ୍ପର୍ଣ୍ଣ ପ୍ରତିବନ୍ଧକ ଲଗାଇଛନ୍ତି ।ନିୟମ ଉଲଘଂନ କଲେ କହା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ସିଏମସି ପକ୍ଷରୁ ଜାରି ହୋଇଥିବା ଗାଇଡଲାଇନରେ କହିଛନ୍ତି । ଗୁଡି ଉଡାଇବା ବେଳେ ଗୁଡିରେ ଲାଗିଥିବା ମାଞ୍ଜା ସୁତାରେ ପକ୍ଷୀ ଓ ଅନେକ ଲୋକଙ୍କ ମୃତ୍ୟୁ ହେଉଛି ।