ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡର ଗର୍ଜିୟସ ଡିଭା ଆଲିଆ ଭଟ୍ଟ ଏବେ ଗର୍ଭବତୀ ଅଛନ୍ତି । ଗର୍ଭବତୀ ସମୟରେ ବି ସେ ଖୁବ୍ ସକ୍ରିୟ ଅଛନ୍ତି ଏବଂ ତାଙ୍କ ଅପକମିଂ ଫିଲ୍ମ ବ୍ରହ୍ମାସ୍ତ୍ରର ପ୍ରମୋଶନ କରିବାରେ ଲାଗି ପଡିଛନ୍ତି । ଗର୍ଭବତୀ ସମୟରେ ଆଲିଆଙ୍କ ଷ୍ଟନିଂ ଲୁକ୍ ଫ୍ୟାନ୍ସମାନଙ୍କ ହୃଦୟକୁ ଛୁଇଁ ପାରିଛି । ନିକଟରେ ଆଲିଆଙ୍କର ଏହି ଷ୍ଟନିଙ୍ଗ ଲୁକ୍ ଦେଖି ମଲାଇକା ଅରୋରା ନିଜକୁ ସମ୍ଭାଳି ନପାରି ନିଜ ମନ କଥା କହିଛନ୍ତି ।
ବାସ୍ତବରେ ଫିଲ୍ମ ବ୍ରହ୍ମାସ୍ତ୍ରର ଗୀତ ‘ଦେବା ଦେବା’ ଲଞ୍ଚ ହେବା ପୂର୍ବରୁ ରଣବୀର କପୁର ଏବଂ ଆଲିଆ ଭଟ୍ଟ ବିବାହ ପରେ ପ୍ରଥମ ଥର ଏକାଠି ନଜରକୁ ଆସିଥିଲେ । ଏଥିରେ ରଣବୀର କପୁର ବ୍ଲାକ ପ୍ୟାଣ୍ଟ ଓ ସାର୍ଟ ପିନ୍ଧିଥିବା ବେଳେ ଆଲିଆ ବ୍ରାଉନ କଲରର ୱାନପିସ୍ ପିନ୍ଧିଥିଲେ । ଏହାସହିତ ଆଲିଆ ତାଙ୍କ ସୋସିଆଲ ମିଡିଆରେ ତାଙ୍କର ସିଙ୍ଗଲ ଫଟୋ ମଧ୍ୟ ବେବି ବମ୍ପ ଫ୍ଲଣ୍ଟ କରୁଥିବାର ସେୟାର କରିଛନ୍ତି । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ସହ ଫଟୋଟି ଫ୍ୟାନ୍ସମାନଙ୍କ ମନକୁ ଛୁଇଁଛି ।
ଏହି ଫଟୋଟିକୁ ଦେଖି ଅଭିନେତ୍ରୀ ମଲାଇକା କମେଣ୍ଟ କରିବାକୁ ନିଜକୁ ରୋକି ପାରି ନାହାନ୍ତି । ସେ କହିଛନ୍ତି କି ‘ବେବି ବମ୍ପ ତୁମ ଉପରେ ସୁଟ୍ କରୁଛି’ । ଏହାସହିତ ଏକ ହାର୍ଟ ସେପ୍ ର ଇମୋଜି ମଧ୍ୟ ପଠେଇଛନ୍ତି ।
ଏହାସହିତ ଗର୍ଭବତୀ ସମୟରେ ଆଲିଆଙ୍କ ଏହି ଲୁକ୍ସକୁ ଦେଖି ଅନ୍ୟ କଳାକାର ମାନେ ମଧ୍ୟ ଖୁବ୍ ପ୍ରଶଂସା କରିଛନ୍ତି ।