ଭୂବନେଶ୍ୱର(ଏଟିଆର ବ୍ୟୁରୋ):ମାଲବାର ବାଦାମ ଏକ ଔଷଧୀୟ ଗଛ ।ଆୟୁର୍ବେଦ, ହୋମିଓପାଥି , ୟୁନାନି ଚିକିତ୍ସା ପ୍ରଣାଳୀ ଦ୍ୱାରା ଏହାର ଉପଯୋଗ କରାଯାଇଥାଏ । ଏହି ଗଛ ସାଧାରଣତ । ଏସିଆରେ ଦେଖିବାକୁ ମିଳିଥାଏ ।
ଶୀତ ଦିନେ ଔଷଧ ତିଆରି କରିବାରେ ଏହି ଗଛ ବ୍ୟବହାର କରାଯାଇଥାଏ ।ଏହି ଗଛର ପତ୍ର ମଧ୍ୟ ବେଶ ଶକ୍ତିଶାଳୀ ହୋଇଥାଏ । ପତ୍ରଠାରୁ ଆରମ୍ଭ କରି ଚେର ପର୍ଯ୍ୟନ୍ତ ସବୁ ବିଭିନ୍ନ ଚିକିତ୍ସା ପାଇଁ ବ୍ୟବହାର କରାଯାଏ । ଆୟୁର୍ବେଦରେ ବ୍ୟବହାର ହେଇଥିବା ହଜାର ହଜାର ବର୍ଷ ମାଲବାର ବାଦାମ ଗଛର ଚେର , ଛାଲ , ଆଦି ବ୍ୟବହାର ହେଉଛି । ଏଥିରେ ଜୀବାଣୁରୋଧୀ ଗୁଣ ରହିଛି ।
ଶ୍ୱାସ ରୋଗ ଏବଂ ଥଣ୍ଡା କାଶ ଆଦି ରୋଗ ଦୂର କରିବାରେ ଏହା ଉପଯୋଗ କରିଥାଏ ।ଏହାର ୭ ରୁ ୮ ଟି ପତ୍ରକୁ ପାଣିରେ ଫୁଟାଇ ସେହି ପାଣିକୁ ଛାଣି ସେଥିରେ ମହୁ ମିଶାଇ ପିଇପାରିବେ । ମାଲାବାର ବାଦାମ ବା ଅଡୁସାରେ ଆଣ୍ଟିଭାୟରାଲ ଗୁଣ ରହିଛି ଯାହା ଭାଇରାଲ ସଂକ୍ରମଣ ପାଇଁ ବହୁତ ପ୍ରଭାବଶାଳୀ। ଏହା ବନ୍ଦ ନାକ ଖୋଲିବାରେ ସାହାଯ୍ୟ କରିଥାଏ।