ମାଲକାନାଗିରି(ଏଟଇଆର ବ୍ୟୁରୋ): ପୁଣି ଅଜଣା ରୋଗରେ ଆକ୍ରାନ୍ତ ହୋଇ ୬ଜଣ ଶିଶୁ ପ୍ରାଣ ହରାଇଛନ୍ତି । ମାଲକାନାଗିରି ଜିଲ୍ଲା କାଲିମେଳା ବ୍ଲକ ତାମନପାଲିରେ ଗତ ୧୫ ଦିନ ମଧ୍ୟରେ ଅଜଣା ରୋଗରେ ଆକ୍ରାନ୍ତ ହୋଇ ୬ଜଣ ଶୁଶୁଙ୍କ ମୃତ୍ୟୁ ଘଟିଛି । ଏହା ସହ ଏହି ରୋଗରେ ୭ଜଣ ଶିଶୁ ଆକ୍ରାନ୍ତ ହୋଇ ଥିବା ଜଣା ପଡିଛି । ସୂଚନା ଅନୁସାରେ କାଲିମେଳା ମେଡିକାଲରେ ଏକ ଡାକ୍ତରୀ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ଆରମ୍ଭ କରିଛନ୍ତି । ତେବେ ଡାକ୍ତରଙ୍କ କହିବା ଅନୁସାରେ ପାଗ ପରିବର୍ତ୍ତନ ହେଉଥିବାରୁ ଶିଶୁ ମାନେ ଥଣ୍ଡା, ଜର, କାଶ ଆଦି ରୋଗରେ ପିଡୀତ ହେଉଛନ୍ତି ।
ଏହି ରୋଗ ଦ୍ୱାରା ସେମାନଙ୍କର ମୃତ୍ୟୁ ଘଟୁଥିବାର ସନ୍ଦେହ କରାଯାଉଛି । ତେବେ ଏକ ବର୍ଷରୁ କମ୍ ପିଲାମାନଙ୍କୁ ଏହି ଅଜଣା ରୋଗ ହୋଇ ସେମାନଙ୍କର ମୃତ୍ୟୁ ବରଣ ହୋଇଛି ବୋଲି ଗାଁ ଲୋକ ଦାବି କରୁଛନ୍ତି । ଶିଶୁ ମାନଙ୍କ ରକ୍ତ ନମୁନା ସଂଗ୍ରହ କରି ପରିକ୍ଷା ପାଇଁ ପଠାଯାଇଛି । ରିପୋର୍ଟ ଆସିଲା ପରେ ପ୍ରକୃତ ଘଟଣା ବିଷୟରେ ଜଣା ପଡିବ । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି ।