ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ):ରାଜ୍ୟସଭାର ଗୁଲାମ ନବୀ ଆଜାଦଙ୍କ ବିଦାୟ ପରେ ନଳର ବରିଷ୍ଠ ନେତା ମଲ୍ଲିକାର୍ଜ୍ଜୁନ ଖଡଗେ ବିରୋଧୀ ଦଳର ନେତା ଭାବେ ମନେନୀତ ହୋଇଛନ୍ତି । ଏନେଇ କଂଗ୍ରେସ ରାଜ୍ୟସଭା ସଭାପତି ଭେଙ୍କୟା ନାଇଡୁ ସୂଚନା ଦେଇଛନ୍ତି ।
ମଲ୍ଲିକାର୍ଜୁନ ଖଡଗେ ୨୦୧୯ ରେ ଲୋକସଭା ନିର୍ବାଚନରେ ପରାଜୟ ହୋଇଥିଲେ ଓ ନପରେ ତାଙ୍କୁ ଗତବର୍ଷ ସଦସ୍ୟ ଭାବେ ରାଜ୍ୟସଭାକୁ ଅଣାଯାଇଥିଲା । ୨୦୧୯ ରେ ସେ ଲୋକସଭାରେ ନିର୍ବାଚନରେ ପରାସ୍ତ ହେବା ପରେ ମଧ୍ୟ ତାଙ୍କୁ ରାଜ୍ୟସଭା ପାଇଁ ସୁଯୋଗ ଦିଆଯାଇଥିଲା ।
ଖଡଗେ ରାଜ୍ୟସଭାରେ ବିରୋଧୀ ଦଳର ନେତା ହେବେ । ରାଜ୍ୟସଭାରେ ଫେବ୍ରୁଆରୀ ୧୫ରୁ ଜମ୍ମୁ-କାଶ୍ମୀରର କୌଣସି ପ୍ରତିନିଧି ରହିବେ ନାହିଁ । ଏଠାରୁ ୪ଟି ରାଜ୍ୟସଭା ଆସନ ଥିଲା ।