କେନ୍ଦୁଝର ( ଏଟିଆର ବ୍ୟୁରୋ): ରାଗ ବ୍ରହ୍ମ ଚଣ୍ଡାଳ । ସ୍ତ୍ରୀକୁ ହାଣିଲା ସ୍ୱାମୀ । ସହି ପାରିଲଶ ନାହିଁ ନିଜେ ପଇଦେଲା ବିଷ । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ । ପାରିବାରିକ କଳହକୁ ଭିତ୍ତି କରି ନିଜ ସ୍ତ୍ରୀକୁ ଗୋଡାଇ ଗୋଡାଇ ହାଣିଲା ସ୍ୱାମୀ । ସୂୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ କୈଣସି କାରଣ ନେଇ ସ୍ୱାମୀ ନବଘନ ସାହୁ ଓ ସ୍ତ୍ରୀ ମଞ୍ଜୁଲତା ସାହୁଙ୍କ ମଧ୍ୟରେ ଝଗଡା ହୋଇଥିଲା ।
ଝଗଡା ଏତେ ତିବ୍ର ହୋଇଥିଲା ଯେ ଶେଷରେ ରାଗି ଯାଇ ସ୍ୱାମୀ ସ୍ତ୍ରୀକୁ ହାଣି ଦେଇଥିଲେ । ସ୍ତ୍ରୀ ଆହତ ହେବା ପରେ ସ୍ୱାମୀ ନିଜେ ଅନୁତାପ କରି ବିଷ ଖାଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଆହତ ମଞ୍ଜୁଲତାଙ୍କୁ ପ୍ରଥମେ ଦୁଇ ପୁଅ ଡାକ୍ତର ଖାନାରେ ଭତ୍ତି କରିଥିଲେ । ପୁଲିସ ଘଟଣା ସ୍ଥଳେରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ପ୍ରଥମେ ପୁଲିସ ଅନୁମାନ କରିଥିଲା କି ସ୍ତ୍ରୀକୁ ମାରି ସାରିବା ପରେ ହୁଏତ ସ୍ୱାମୀ ଫେରାର ହୋଇ ଯାଇଥିବା ସମସ୍ତେ ଅନୁମରନ କରିଥିଲେ । ମାତ୍ର ସକାଳେ ଗ୍ରାମବାସୀ ମାନେ ତାଙ୍କୁ ନିକଟସ୍ଥ ପଳାସ ବଣରେ ପଡିଥିବା ଦେଖିଥିଲେ । ଡାକ୍ତର ଖାନାକୁ ନେଇଥିଲେ । ସେଠାରେ ତାଙ୍କୁ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ । ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି