ଭଦ୍ରକ (ଏଟିଆର ବ୍ୟୁରୋ): ରାଜ୍ୟରେ ପରିବହନ ଆଇନ କାର୍ଯ୍ୟକାରୀ ହେବା ଦିନ ଠାରୁ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିବା ବେଳେ ଏବେ ବି କିଛି ଜନସାଧାରଣ ଏହାକୁ ଖାତିର କରୁନଥିବା ଦେଖିବାକୁ ମିଳିଛି । ନାବାଳକ ମାନଙ୍କୁ ଗାଡି ନଦେବା ପାଇଁ ବାରମ୍ବାର ପରିବହନ ବିଭାଗ ଓ ଟ୍ରାଫିକ ପୋଲିସ ପକ୍ଷରୁ ଅନୁରୋଧ କରାଯିବା ସତ୍ୱେ ରାଜରାସ୍ତାରେ ଏବେବି ନାବାଳକମାନେ ଗାଡି ଚାଳନା କରୁଥିବାର ଦେଖିବାକୁ ମିଳୁଛି । କିଛିଦିନ ତଳେ ଜଣେ ନାବାଳକ ଟ୍ରାଫିକ ହାବୁଡରେ ଧରାପଡିବା ପରେ ଅଭିଭାବକଙ୍କୁ ମୋଟା ଆକାର ଜୋରିମାନ ଗଣିବାକୁ ପଡିଥିଲା ।
ତେବେ ଏତେ ସତ୍ୱେ ଅଭିଭାକମାନେ ସଚେତନ ହେଉନଥିବାର ଦେଖାଯାଉଛି । ଗତ ୬ତାରିଖ ଦିନ ୧୬ନମ୍ବର ଜାତୀୟ ରାଜପଥରେ ମୋଟରସାଇକେଲରେ ତିନିଜଣ ନାବାଳକ ଗାଡି ଚଲାଉଥିବା ବେଳେ ଧରାପଡିବାରୁ ସେମାନଙ୍କୁ ଗଣିବାକୁ ପଡିଥିଲା ୪୨,୫୦୦ଟଙ୍କାର ତଣ୍ଡ । ସୂଚନାନୁଯାୟୀ, ଭଦ୍ରକ ଭଣ୍ଡାରିପୋଖରୀ କହଁରା ଛକ ନିକରେ ଜଣେ ନାବାଳକ ଗତ ୬ତାରିଖ ଦିନ ୧୬ ନମ୍ବର ଜାତୀୟ ରାଜପଥରେ ୩ଜଣ ସାଙ୍ଗଙ୍କୁ ବସାଇ ମୋଟର ମାଇକେଲ ଚଳାଉଥିଲେ । କେବଳ ସେତି ନୁହେଁ ସେ ହେଲମେଟ ନପିନ୍ଧି ଦ୍ରୁତ ଗତିରେ ଗାଡି ଚଳାଉଥିଲେ । ଟ୍ରାଫିକ ନିୟମ ଉଲ୍ଲଙ୍ଘନ କରିଥିବାରୁ ଟ୍ରାଫିକ କର୍ମଚାରୀମାନେ ସେମାନଙ୍କ ଅଟକାଇ ଗାଡିର କାଗଜପତ୍ର ଯାଂଚ କରିଥିଲେ । ତେବେ ସେମାନଙ୍କ ଆଧାର କାର୍ଡରୁ ସେମାନେ ନାବାଳକ ବୋଲି ଜଣାପଡିବା ଫଳରେ ଭଦ୍ରକ ପରିବହନ ବିଭାଗ ପକ୍ଷରୁ ମୋଟା ଅଙ୍କର ଫାଇନ ୪୨,୫୦୦ଚାଲାଣ କଟିଥିଲା । ଏବଂ ଉକ୍ତ ନାବାଳକଙ୍କ ଠାରୁ ୪୨, ୫୦୦ ଟଙ୍କା ଫାଇନ ଆଦାୟ କରାଯାଇଛି ।