ମୟୂରଭଞ୍ଜ (ଏଟିଆର ବ୍ୟୁରୋ); ଜେଜେବାପାଙ୍କୁ ମାରିଲା ନାତି । ପୋଲିସ ଖବର ପାଇବା ପରେ ଅଭିଯୁକ୍ତ ନାତିକୁ ଗିରଫ କରିଛି । ପୋଲିସ ମୃତ ଦେହକୁ ଉଦ୍ଧାର କରି ବ୍ୟବଛେଦ ପାଇଁ ପଠାଇ ଦେଇଛି । ମୃତକ ହେଲେ ମୟୂରଭଞ୍ଜ ଜିଲ୍ଳା ବେତନଟୀ ଥାନା ଅନ୍ତର୍ଗତ ଦାନ୍ତିଆମୁହାଁ ଗାଁର ବେଣୁଧର ଦେହୁରୀ(୭୦) । ତେବେ ଅଭିଯୁକ୍ତ ନାତି ରାମଚନ୍ଦ୍ର ଦେହୁରୀ ନିଶାରେ ଏପରି କରିଥିବା ଜଣା ପଡିଛି ।
ସୂଚନା ଅନୁଯାୟୀ ରାମଚନ୍ଦ୍ର ହାଟରୁ ହାଣ୍ଡିଆ ପିଇ ଆସିବା ପରେ ଜେଜେମା ରମା ଦେହୁରୀଙ୍କୁ ମାଡ ପିଟି କରିବା ସହ ଘରର ସମାନପତ୍ର ଫୋପାଡା ଫିଙ୍ଗା କରୁଥିଲା । ଏହା ଦେଖିବା ପରେ ଜେଜେବାପା ବିରୋଧ କରିଥଲେ । ନିଶାରେ ଥିବା ରାମ ମୁଣ୍ଡକୁ ପିତ ଚଢ଼ି ଯାଇଥିଲା । ଜେଜେବାପା ବିରୋଧ କରିବା ତା ଦେହରେ ଯାଇନଥିଲା । ଫଳରେ ସେ ଘରେ ଥିବା ଏକ କାଠ ବ୍ୟାଟରେ ବେଣୁଧରଙ୍କୁ ଆକ୍ରମଣ କରିଥିଲା ।
ତେବେ ମାଡ ମାରିବାରେ ମନ ଶାନ୍ତି ହୋଇନଥିଲା ଯେ ଶେଷରେ ବ୍ୟାଟକୁ ବେଣୁଧରଙ୍କ ବେକରେ ପକାଇ ମାଡି ବସିଥିଲା । ବୟସ୍କ ଜେଜେଙ୍କ ବେକରେ ମାଡି ବସିବା ଫଳରେ ଜେଜେବାପା ପ୍ରାଣ ହରାଇଥିବା କହିଛନ୍ତି ଗାଁ ଲୋକ । ତେବେ ଗାଁ ଲୋକ ଏହା ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆସିବା ଦେଖି ଫେରାର ହେବା ପାଇଁ ଦୌଡି ଯାଇଥିଲା ରାମ । ପୋଲିସ ତା ପିଛା କରି ଧରିବା ପରେ ଗଛରେ ବାନ୍ଧି ଦେଇଥିବା ଦେଖିବାକୁ ମିଳିଛି ।