ଟିଟିଲାଗଡ (ଏଟଇଆର ବ୍ୟୁରୋ); ଦିନ ଦ୍ୱିପ୍ରହରେ ମଦଭାଟି ମ୍ୟାନେଜରଙ୍କୁ ଗୁଳି କରି ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ । ଆହତ ମ୍ୟାନେଜର ହେଲେ ନଗେନ୍ଦ୍ର ପ୍ରସାଦ ଗୁପ୍ତା । ତାଙ୍କୁ ସମ୍ବଲପୁର ଜିଲ୍ଲା ସଇନ୍ତଳା ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ ଖବର ପାଇବା ପରେ ତନାଘନା ଜାରି କରିଛି । ଚୋରଙ୍କୁ ଧରିବା ପାଇଁ ରାସ୍ତା ସିଲ କରି ତଲାସି ଆରମ୍ଭ କରିଦେଇଛି । ହେଲେ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇ ନାହିଁ ।
ପୋଲିସ ରିପୋର୍ଟ ମୁତାବକ ରବିବାର ଆମପାଲି ମଦ ଭାଟି ମ୍ୟାନେଜର ଏବଂ ତାଙ୍କର ଦୁଇ ଜଣ ସହଯୋଗୀ ସଇନ୍ତଳା ଅଞ୍ଚଳର ବିଭିନ୍ନ ମଦଭାଟିରୁ ପଇସା କଲେକସନ କରି ଫେରୁଥିଲେ । ଗଣ୍ଡାପାତ୍ରପାଲି ଛକ ନିକଟରେ ତିନି ଜଣ ଯୁବକ ଆସି ସେମାନଙ୍କୁ ଅଟକାଇଥିଲେ । ଏହା ପରେ ସେମାନେ ପଇସା ମାଗିଥିଲେ । ପଇସା ନ ଦୋରୁ ପ୍ରଥମେ ବାଡିରେ ମାରିଥିଲେ । ଏହାର ପ୍ରତିବାଦ କରିବାରୁ ମ୍ୟାନେଜରଙ୍କୁ ଗୁଳି କରି କଲେକସନ କରିଥିବା ୩ ଲକ୍ଷ ଟଙ୍କା ଧରି ଚମ୍ପଟ ମାରିଥିଲେ ଦୁର୍ବୃତ୍ତ । ପରେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର ମେଡିକାଲରେ ପହଁଞ୍ଚାଇଥିଲେ ।