ପୁରୀ (ଏଟିଆର ବ୍ୟୁରୋ); ପୁଲୱାମା ଆତଙ୍କବାଦୀ ଘଟଣା ପରେ ସ୍ତବ୍ଧ ହୋଇ ପଡିଛି ଭାରତ । ବୀର ସହୀଦଙ୍କ ପାଇଁ ଭାରତବାସୀଙ୍କ ଆଖିରୁ ଲୁହ ଶୁଖୁନାହିଁ । ସହୀଦଙ୍କ ପରିବାରକୁ ଶାନ୍ତ୍ୱନା ଦେବା ପାଇଁ ଆଗଭର ହୋଇ ପଡିଛନ୍ତି ଦେଶବାସୀ । କିଏ ସହୀଦଙ୍କ ପରିବାରକୁ ସହାୟତା ରାଶି ପ୍ରଦାନ କରି ସମବେଦନା ଦେଉଛି ତ ଆଉ କିଏ ପରିବାର ପାଖରେ ପହଁଞ୍ଚି ସମବେଦନା ଦେଉଛି । ଏଭଳି ଭାବରେ ସମଗ୍ର ଦେଶରେ ସହୀଦଙ୍କ ପରିବାରକୁ ସମବେଦନା ଦେଉଛନ୍ତି । ତେବେ ଏଥିରୁ ବାଦ ପଡିନାହିଁ ଓଡିଶା । ଓଡିଶାରୁ ମଧ୍ୟ ଦୁଇ ଜଣ ଯବାନ ସହୀଦ ହୋଇଛନ୍ତି । ଦେଶର ଏହି ବୀର ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ବାଲୁକା ଶୀଳ୍ପି ।
ମାନଓ ପୁରୀ ବେଳାଭୂମିରେ ସହୀଦଙ୍କ ସ୍ମୃତିରେ ବାଲୁକାକୃତି ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଲାଇଟ ହାଉସ ବେଳାଭୂମିରେ ୧୫ ଫୁଟର ଏକ ବାଲୁକାକୃତି ନିର୍ମାଣ କରିଛନ୍ତି । ଏହି ବାଲୁକାକୃତି କରିବା ପାଇଁ ତାଙ୍କୁ କୋଡିଏ ଟନ ବାଲିର ଆବଶ୍ୟକ ହୋଇଥିଲା । ଏହି ବାଲୁକାକୃତିକୁ ପ୍ରଂଶସା କରିବା ସହିତ ସହୀଦଙ୍କ ସ୍ମୃତିକୁ ଭାଳି ହୋଇଛନ୍ତି ଲୋକ । ପୁଲୱାମା ଘଟଣାକୁ ନେଇ ଏବେ ଦେଶବ୍ୟାପି ସବୁଆଡେ ଚର୍ଚ୍ଚା ଚାଲିଛି । ସମସ୍ତ ଦେଶବାସୀଙ୍କ ମନରେ ଏବେ ପାକିସ୍ତାନ ପ୍ରତି ଘୃଣା ଭାବ ଆସିଛି । ସେପଟେ କେତେକ ଲୋକ ରକ୍ତର ଜବାବ ରକ୍ତରେ ନେବା ପାଇଁ ଆହ୍ୱାନ କରୁଛନ୍ତିି । ତେବେ ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ଇମ୍ରାନ ଖାନଙ୍କ ମତ ସମସ୍ତଙ୍କୁ ଚକିତ କରି ଦେଇଛି । ସେ କହିଛନ୍ତି ଏହି ଗଟଣାର ତଦନ୍ତ କରାଯାଉ । ଅଯଥା ପାକିସ୍ତାନ ଦେଶ ଦିଆ ନଯାଉ । ଯଦି ଭାରତ ଯୁଦ୍ଧ କରେ ତେବେ ପାକିସ୍ତାନ ଏହାର କଡା ଯବାବ ଦେବ ବୋଲି ମଧ୍ୟ କହିଛନ୍ତି ।
ପୁଲୱାମା ଆତଙ୍କବାଦୀ ହମଲାରେ ଓଡିଶାର ଦୁଇ ଜଣ ଯବାନ ମଧ୍ୟ ସହୀଦ ହୋଇଛନ୍ତି । ବୀର ସହୀଦଙ୍କୁ ହରାଇ ଦୁଃଖରେ ମ୍ରିୟମାଣ ହୋଇଛନ୍ତି ଓଡିଶା ବାସୀ । ତେବେ ମାନସଙ୍କ ଏହି କଳାକୃତି ଦେଖିବା ପରେ ପୁଣିଥରେ ସହୀଦଙ୍କୁ ସଲାମ କରିଛନ୍ତି ରାଜ୍ୟବାସୀ ।