ନୂଆଦିଲ୍ଲୀ ( ଏଟିଆର ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆଜି ମନକିବାତ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ଦେସବାସୀଙ୍କୁ କହିଛନ୍ତି ଦେଶରେ ଲୋକମାନେ କରୋନା ସମୟରେ ସଂଯମତା ରକ୍ଷା କରିଛନ୍ତି । ଯାହା ଅଦଭୁଦପୂର୍ଣ୍ଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ଏବେ ଦେଶରେ କେଳଣାଶିଳ୍ପକୁ ଅଧିକ କ୍ରିୟାଶୀଳ କରିବାକୁ କହିଛନ୍ତି । ଦେଶରେ ଅନେକ କୁଶାଳୀ କାରିଗର ଅଛନ୍ତି ଯେଉଁମାନେ ଖେଳଣା ଗୁଡିକ କରିପାରିବେ ।
ତେଣୁ ଦେଶରେ ତିଆରି ହେଉଥିବା ଖେଳଣା ଗୁଡିକୁ ପ୍ରୋତ୍ସାହିତ କରାଯିବା ଉଚିତ । ସାରା ବିଶ୍ୱରେ ଖେଳଣା ଶିଳ୍ପ ୭ କୋଟିରୁ ଅଧିକ । ଅନ୍ୟପଟେ ବିଦେଶୀ ବଦଳରେ ସ୍ୱଦଶୀ ଆପ ବ୍ୟବହାର କରିବାକୁ ପ୍ରଧାନ୍ନ୍୍ରୀ କହିଛନ୍ତି । ସେ ଉଦାହରଣ ଦେଇ କହିଛନ୍ତି କୁଟୁକି ଆପ, କୁଆପ, ଓ ଚିଙ୍ଗାରୀ ଆପକୁ ଉଲ୍ଲେଖ କରିଛନ୍ତି । ଏହି ଆପ ଗୁଡିକ ଏବେ ଧିରେଧିରେ ଲୋକପଅିୟତା ହାସଲ କରୁଛି ।