ଭୁବନେଶ୍ୱର(ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ ଏବେ କରୋନା ଚିନ୍ତା । ସାରା ବିଶ୍ୱରେ ଏବେ କରୋନା ଭାଇରସ ପାଇଁ ଏକ ପ୍ରକାର ଲକ୍ ଡାଉନ୍ ପରିସ୍ଥିତିରେ ରହିଛି । ତେବେ ଭାରତରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ସାରା ଦେଶରେ ଲକ୍ ଡାଉନ୍ ହୋଇଥିବାରୁ ବହୁ ଓଡିଆ ମାନେ ବାହାର ରାଜ୍ୟରେ ଫସି ହୋଇ ରହିଛନ୍ତି । ତେବେ ଓଡିଶା ଫେରିବା ପାଇଁ ବାହାର ରାଜ୍ୟରୁ ଓଡିଶା ମାନେ ସମୁଦ୍ର ରାସ୍ତକୁ ଆପଣେଇଛନ୍ତି । ସୂଚନା ଅନୁସାରେ ବହୁ ଓଡିଆ ଚେନ୍ନାଇରୁ ଓଡିଶା ଫେରୁଛନ୍ତି । ସମୁଦ୍ର ପଥ ଦେଇ ଏମାନେ ଓଡିଶା ଫେରୁଥିବାର ଖବର ମିଳିଛି । ଏନେଇ ଆନ୍ଧ୍ରପ୍ରଦେଶ ପୋଲିସ ନିକଟରେ ଖବର ପହଞ୍ଚିଛି । ସଂନ୍ଧ୍ୟା ସୁନ୍ଧା ଏମାନେ ଡଙ୍ଗା ଜରିଆରେ ଆନ୍ଧ୍ରପ୍ରଦେଶ – ଓଡିଶା ସୀମାରେ ପହଞ୍ଚିବେ ବୋଲି ଅନୁମାନ କରାଯାଉଛି । ତେବେ ଏହି ଖବର ପାଇବା ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସତର୍କ ହୋଇ ପଡିଛି ।
ସୂଚନାଯୋଗ୍ୟ କିଛି ଦିନ ତଳେ ୨୭ ଜଣ ଲୋକ ସମୁଦ୍ର ପଥ ଦେଇ ଓଡିଶା ଆସି ପହଞ୍ଚି ଥିଲେ । ସେଥିମଧ୍ୟରୁ ୧୦ ଜଣ ଓଡିଆ ଥିବା ବେଳେ ୧୭ ଜଣ ଆନ୍ଧ୍ର ପ୍ରଦେଶର ବାସିନ୍ଦା ଥିଲେ । ୧୦ ଜଣ ଓଡିଆଙ୍କ ମଧ୍ୟରୁ ୯ ଜଣ ଗଞ୍ଜାମ ଜିଲ୍ଲାର ଥିବା ବେଳେ ଜଣେ ପୁରୀ ଜିଲ୍ଲାର ବୋଲି ସୂଚନା ରହିଛି । ତେବେ ସମୁଦ୍ର ପଥ ଦେଇ ଫେରୁ ଥିବା ଲୋକ ମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।