ରାୟଗଡା (ଏଟିଆର ବ୍ୟୁରୋ ) ; ପୁଣି ରାୟଗଡା ଜିଲ୍ଲାରେ ମାଓ ପୋଷ୍ଟର। ବାସଧାରା ଘୁମୁସରା ନାଗାବଳୀ ଡିଭିଜନାଲ କମିଟି ସିପିଆଇ ମାଓବାଦୀଙ୍କ ଦ୍ୱାରା କଲ୍ୟାଣସିଂହପୁର ବ୍ଲକର ଶିବମନ୍ଦିରରେ ଏବଂ ମୁନିଗୁଢା ବ୍ଳକ ମୁନିଖୋଲ ଠିରେ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହି ପୋଷ୍ଟରରେ ମାଓବାଦୀ ଉଲ୍ଲେଖ କରିଛନ୍ତି ଯେ ନିୟମଗିରି ଜନ ଆନ୍ଦୋଳନକୁ ଅସ୍ତ୍ର କରି ଜିତୁ,ହରିବନ୍ଧୁ,ଲିଙ୍ଗରାଜ, ଗଣେଶ ଓ ଉପେନ୍ଦ୍ର ଦଲାଲ ସାଜି ନିୟମଗିରି ପାହାଡକୁ ବେଦାନ୍ତ କଂପାନୀ ହାତକୁ ଟେକି ଦେବାପାଇଁ ଚକ୍ରାନ୍ତ ଚଲାଇଥିବା ମାଓବାଦୀ ମାନେ ଉଲ୍ଲେଖ କରିଛନ୍ତି ।
ଏଥିସହ ଏହି ଦଲାଲ ମାନେ କଂପାନୀଠାରୁ ଟଙ୍କା ଖାଇ ନିୟମଗିରି ସୁରକ୍ଷା ସମିତିର ସଦସ୍ୟ ମାନଙ୍କ ସାଙ୍ଗରେ ମିଶି ଚକ୍ରାନ୍ତ କରୁଛନ୍ତି ଏବଂ ନିୟମଗିରି ସୁରକ୍ଷା ସମିତିର ସଦସ୍ୟମାନଙ୍କୁ କଂପାନୀ ପାଖରେ ସରେଣ୍ଡର କରାଇବା ପାଇଁ ଚକ୍ରାନ୍ତ କରୁଥିବା ସେ ଏହି ପୋଷ୍ଟର ମାଧ୍ୟମରେ ଉଲ୍ଲେଖ କରିବା ସହ ଏମାନଙ୍କ ହୀନ ଚକ୍ରାନ୍ତକୁ ପଦାରେ ପକାଇ ଏମାନଙ୍କ ବିରୋଧରେ ବ୍ୟାପକ ଜନଆନ୍ଦୋଳନ ଗଡି ତୋଳିବାକୁ ମାଓବାଦୀ ମାନେ ଲୋକମାନଙ୍କୁ ଐହି ପୋଷ୍ଟର ମାଧ୍ୟମରେ ନିବେଦନ କରିଛନ୍ତି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ପୋଷ୍ଟରକୁ ଯବତ କରିବା ସହ ତନାଘନା ଆରମ୍ଭ କରିଛି ।