କୋରାପୁଟ ( ଏଯିଆର ବ୍ୟୁରୋ): ପୁଣି କୋରାପୁଟରେ ଲାଲ ତାଣ୍ଡବ । ଜାଳିଦେଲେ ମଦ ଭାଟି ଓ ବୋଲେର । କୋରାପୁଟ ପଟାଙ୍ଗୀରେ ଥିବା ପଟାଙ୍ଗୀରେ ଏକ ମଦ ଭାଟିରେ ଏମିତି ଏକ ତାଣ୍ଡବ ରଚିଛନ୍ତି ଲାଲବାହିନୀ । ମଦକୁ ବିରୋଧ କରି ମଦ ଭାଟି ତୁରନ୍ତ ବନ୍ଦ କରିବାକୁ ଲାଲ ବାହିନୀ ଏହି ଅଭ୍ରାବନୀୟ ଘଟଣା ଘଟାଇଥିବା ଜଣା ପଡିଛି । ସୂଚନା ଅନୁସାରେ ଗତକାଲି ୧୨ ରୁ ୧୩ ମାଓବାଦୀ ଆସି ଏହି କାଣ୍ଡ ଘଟାଇଥିବା ସୂଚନା ମଳିଛି ।
ମାଓବାଦୀ ଗତ କିଛିଦିନ ତଳେ ଉକ୍ତ ଅଞ୍ଚଳରୁ ମଦଭାଟି ବନ୍ଦ କରିବାକୁ ଦାବି କରିଥିଲେ । ମାତ୍ର ଏନେଇ ପଦକ୍ଷେ ପ ଗ୍ରହଣ କରାଯାଇଥିବା ସେମାନେ ଉଲ୍ଲେଖ କରିଛନ୍ତି । ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର ମଧ୍ୟ ଜବତ କରାଯାଇଛି । ଯେଉଁ ପୋଷ୍ଟରରେ ମଦ ଭାଟି ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦିଆଯାଇଛି ।
ଦୁର୍ବୃତ୍ତମାନେ ଭାଟିରେ ପଶି ଉତ୍ପାତ ରଚାଇବା ସହ ସେଠାରେ ଥିବା ଗୋଟିଏ ଭ୍ୟାନ୍ , ଜେନେରେଟର ଓ ବାଇକ୍କୁ ପୋଡ଼ିଦେଇଛନ୍ତି। କିନ୍ତୁ ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଗ୍ରାହକଙ୍କର ଲାଲବାହିନୀ କୌଣସି କ୍ଷତି କରି ନଥିବା ଜଣାପଡିଛି । କିନ୍ତୁ ମଦ ଭାଟିରେ କାମ କରୁଥିବା କିଛି କର୍ମଚାରୀଙ୍କୁ ମାଓବାଦି ମାଡ ମାରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।