ବଲାଙ୍ଗିର (ଏଟିଆର ବ୍ୟୁରୋ); ପୁଣି ଠାବ ହୋଇଛି ଏକ ମାଓ କ୍ୟାମ୍ପ । ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଗନ୍ଧମାର୍ଦନ ପର୍ବତ ପାଖରେ ଠାବ ହୋଇଛି ଏହି ମାଓ କ୍ୟାମ୍ପ । ସିଆରପିଏଫ ଯବାନମାନେ କମ୍ବିଂ ଅପରେଶନ କରୁଥିବା ବେଳେ ଏହି ମାଓ କ୍ୟାମ୍ପ ପାଇଛନ୍ତି । ତେବେ କୌଣସି ମାଓବାଦୀ ନଥିଲେ ମଧ୍ୟ ସେମାନଙ୍କର ବହୁ ସାମଗ୍ରୀକୁ ଜବତ କରିଛି ସିଆରପିଏଫ ଟିମ । ଏକ ବାକ୍ସରେ ଡ୍ରେସ,ବହି,ଡାଏରୀ ଏବଂ ଟିଫିନ ଭଳି ଅନେକ ସାମଗ୍ରୀ ସବୁ ଜବତ ହୋଇଛି । ସେପଟେ ମାଓବାଦୀଙ୍କୁ ଧରିବା ପାଇଁ ଏହି ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେଶନ ଜାରି ରଖିଛନ୍ତି ।
ମିଳିଥିବା ସୂଚନା ମୁତାବକ ଆଜି ସିଆରପିଏଫ ଯବାନମାନେ ଗନ୍ଧମାର୍ଦନ ପର୍ବତରେ କମ୍ବିଂ ଅପରେଶନ କରୁଥିଲେ । କାରଣ ଏହା ଏକ ମାଓପ୍ରବଣ ଅଞ୍ଚଳ । ସେପଟେ ଏହି କମ୍ବିଂ ଅପରେଶନ କରୁଥିବା ବେଳେ ଏକ ଗୁମ୍ଫାର ଦେଖିଥିଲେ ଯବାନ । ଏହାପରେ ସେମାନେ େଓଠାକୁ ଯାଇ ଦେଖିଲା ବେଳକୁ ଏକ ବାକ୍ସ ରହିଛି । ଯେଉଁଥିରେ ମାଓବାଦୀଙ୍କ ବିଭିନ୍ନ ସାମଗ୍ରୀ ସବୁ ରହିଥିଲା । ତେବେ ଏଠାରେ କେତେଦିନ ନକ୍ସଲମାନେ ରହୁଥିଲେ ତାହା ଜଣା ପଡିନାହିଁ । ତେବେ କମ୍ବିଂ ଅପରେଶନ ସମନ୍ଧରେ ବୋଧହୁଏ ପୂର୍ବରୁ ମାଓବାଦୀମାନେ ଜାଣି ପାରିଛନ୍ତି । ଏଣୁ ଏମାନେ ଯବାନମାନେ ଆସିବା ପୂର୍ବରୁ ଜାଗା ଛାଡି ପଳାଇଛନ୍ତି ।
ଯବାନଙ୍କ ଏହି ସଫଳତାକୁ ବେଶ ପ୍ରଶଂସା କରାଯାଇଛି । ସେପଟେ ଦୁଇ ଦିନ ପୂର୍ବେ ମଧ୍ୟ ଏକ ମାଓକ୍ୟାମ୍ପ ଠାବ କରାଯାଇଥିଲା ।