କଳାହାଣ୍ଡି (ଏଟିଆର ବ୍ୟୁରୋ); କଳାହାଣ୍ଡିରେ ଲାଲ୍ ଆତଙ୍କ । ମାଓବାଦୀଙ୍କ ଟାର୍ଗେଟ୍ରେ ଏବେ ଠିକାଦାର । ପୁଣି ଏକ ମୁଣ୍ଡ ଗଡାଇଛନ୍ତି ନକ୍ସଲ । ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ମାରିଦେଲେ ମାଓବାଦୀ । ଗତ ୧୨ ଘଣ୍ଟା ମଧ୍ୟରେ ମାଓବାଦୀ ଭିଆଇଛନ୍ତି ଦ୍ବିତୀୟ ହତ୍ୟାକାଣ୍ଡ ।
ବିଶ୍ବନାଥପୁର ଥାନା ଅନ୍ତର୍ଗତ ବାବୁପଦର ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ଘରୁ ଡାକି ନେଇ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକ ହେଲେ ଲାଞ୍ଜିଗଡ଼ ବ୍ଲକ୍ ବାବୁପଦର ଗାଁର ଭୀମ ଦୋରା । ଭୀମ ବୋରା ଠିକାଦାର ଭାବରେ କାମ କରନ୍ତି । ଗତକାଲି ରାତିରେ କିଛି ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡାକି ନେଇଥିଲେ । ଏହା ପରେ ତାଙ୍କୁ ହତ୍ୟା କରି ଦେଇଥିବା ଜଣାପଡ଼ିଛି । ହତ୍ୟା ପରେ ଘଟଣାସ୍ଥଳରେ ପୋଷ୍ଟର ମଧ୍ୟ ଛାଡିଛନ୍ତି ମାଓବାଦୀ ।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଗତକାଲି ମଧ୍ୟ ମାଓବାଦୀମାନେ ବିଜେପୁର ଥାନା ବୋରପଦର ଗାଁର ସାପ୍ତାହିକ ହାଟରେ ରାଜେନ୍ଦ୍ର ସାହୁ ନାମକ ଜଣେ ଠିକାଦାରଙ୍କୁ ଗୁଳି ମାରି ହତ୍ୟା କରିଥିଲେ।