କନ୍ଧମାଳ(ଏଟିଆର ବ୍ୟୁରୋ): ମାଓ ଅଧ୍ୟୁଷିତ ଜିଲ୍ଲା କନ୍ଧମାଳରେ ଲାଲବାହିନୀ ତରଫରୁ ୨୪ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଅପରେସନ ଗ୍ରୀନହଣ୍ଟ , ପୋଲିସ ର ଦମନଲୀଳା ଓ ସରକାରଙ୍କ ବିଭିନ୍ନ ଯୋଜନାକୁ ବିରୋଧ କରି ମାଓବାଦୀ ମାନେ ବନ୍ଦ ଉାକରା ଦେଇଛନ୍ତି । ମାଓବାଦୀ ମାନେ କନ୍ଧମାଳ ବାଲିଗୁଡ଼ାର ସିର୍ତିଗୁଡ଼ାଠାରେ ଜାତୀୟ ରାଜପଥ ୫୯ରେ ଗଛ କାଟି ପକାଇ ଦେଇଛନ୍ତି । ପଡିଥିବା ଗଛରେ ଡିଟୋନେଟର ଖଞ୍ଜା ଯାଇଛି ।
ଫଳରେ ବାଲିଗୁଡା, ଦାରିଙ୍ଗବା, କଲାହାଣ୍ଡି ରାୟଗଡାକୁ ଯାତାୟତ କରିବା ପାଇଁ ଅସୁବିଧା ହୋଇଛି ।ଏହା ସହ ଲାଲବାହିନୀର ପୋଷ୍ଟର ଦେଖିବାକୁ ମିଳିଛି । ଘଟଣା ସ୍ଥଳରେ ପୋଲିସ ଓ ଆଣ୍ଟି ଲ୍ୟାଣ୍ଡମାଇନ ସ୍କ୍ୱାଡ ପହଞ୍ଚି ଅବରୋଧ କୁ ହଟାଇବାରେ ଲାଗିଛନ୍ତି । ଜାତୀୟ ରାଜପଥରେ ଗଛ ପଡିରହିି ଥିବାରୁ ଶହ ଶହ ଗାଡି ଅଟକି ରହିଛି । ବନ୍ଦକୁ ନଜରରେ ରଖି ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ବଡାଇ ଦେଇଛନ୍ତି । କିଛି ଜାଗାରେ ପୋଲିସ ଫୋର୍ସ ମୁତୟନ କରାଯାଇଛି ।