ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଧାନକିଣାକୁ ନେଇ ଗତ ଦୁଇ ଦିନ ହେବ ବିଧାନସଭାରେ ବିୋରାଧି ମାନେ ହଟ୍ଟଗୋଳ କରୁଥିଲେ । ଫଳରେ ବାଚସ୍ପତି ଗୃହକୁ ମୁଳତବୀ କରୁଥିଲେ । ତେବେ ଧାନ କିଣା ସମସ୍ୟାର ସମାଧାନ ବହାର କରିଛନ୍ତି ବାଚସ୍ପତି । ଆଜି ଗୃହ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ଭାଜପାର ସଦସ୍ୟମାନେ ହଟ୍ଟଗୋଳ କରିଥିଲେ । ଏହାପରେ ବାଚସ୍ପତି ଗୃହ ଅଚଳାବସ୍ଥା ଦୂର କରିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ।
ଏହି ବୈଠକରେ ବାଚସ୍ପତି ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳ ଉପନେତା ବିଷ୍ଣୁ ଚରଣ ସେଠୀ, ସିପିଆଇଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ବିଧାୟକ ପ୍ରଣବ ପ୍ରକାଶ ଦାଶ, ଦେବୀ ପ୍ରସାଦ ମିଶ୍ରଙ୍କୁ ବୈଠକରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଥିଲେ ।
ତେବେ ଅପରାହ୍ନରେ ଗୃହୁ ପୁଣି ଆରମ୍ଭ ହେବା ପରେ ବାଚସ୍ପତି ଘୋଷଣା କରିଥିଲେ ଯେ, ସରକାର ମାର୍ଚ୍ଚ ୩୧ ତାରିଖ ଯାଏ ଧାନ କିଣିବେ । କେଉଁ ଜିଲ୍ଲାରେ କେତେ ଧାନ ରହିଛି ସେନେଇ ସେହି ଜିଲ୍ଲାର ବିଧାୟକ ମାନଙ୍କ ସହ କଥା ହୋଇ ପଦକ୍ଷେପ ଗ୍ରହଣ କରାଯିବ ।