କେନ୍ଦୁଝର (ଏଟିଆର ବ୍ୟୁରୋ); ଦୟା ମାୟା ସବୁ ଭୁଲି ଯାଇ ବିଚ ରାସ୍ତାରେ ମହିଳାଙ୍କୁ ନିସ୍ତୁକ ମାଡ । ଅସହାୟ ହୋଇ ମାଡ ଦାଉରୁ ରକ୍ଷା ପାଇବା ପାଇଁ ଲୋକଙ୍କ ସହାୟତା ଲୋଡୁଥିଲେ ମଧ୍ୟ କେହି ସହାର୍ଯ୍ୟର ହାତ ବଢ଼ାଇନଥିବା ଅଭିଯୋଗ ହୋଇଛି । ବରଂ ଘଟଣାସ୍ଥଳରେ ଠିଆ ହୋଇଥିବା ଲୋକ ଦେଖେଣାହାରି ସାଜି ଭିଡିଓ ରେକଡିଂ କରୁଛନ୍ତି । ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏହି ଲଜ୍ୱାଜନକ ଘଟଣା ନଜରକୁ ଆସିଛି ।
ଏହି ଅଭାବଦୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଳକ ମୁକ୍ତାପୁର ପଞ୍ଚାୟତର ଦୃଶ୍ୟ । ପଞ୍ଚାୟତରୁ ଚାଉଳ ନେବାକୁ ଯାଇଥିବା ମହିଳାଙ୍କୁ ସେଠାରେ ଉଭୟ ପୁରୁଷ ଏବଂ ମହିଳା ମାଡ ମାରିଥିବା ଅଭିଯୋଗ ହୋଇଛି । ତେବେ ମହିଳା ଚାଉଳ ଦେବାର ଉଦିଷ୍ଟ ଦିନ ନଯାଇ ତା ପରଦିନ ଯାଇ ଚାଉଳ ମାଗିବା ପରେ ତାଙ୍କୁ ଏପରି ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ।