ଭୁବନେଶ୍ୱର(ଏଟିଆର ବ୍ୟୁରୋ):କୋଭିଡ ଗାଇଡ ଲାଇନ ପାଳନ କରିବା ପାଇଁ ଡିଇଓଙ୍କୁ ଚିଠି ଲେଖିଲେ ଗଣଶିକ୍ଷା ବିଭାଗ । ଏସଆଇଆରସି ଜାରି କରିଥିବା ଗାଇଡ ଲାଇନ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।ମାସ୍କ ପିନ୍ଧିବା , ସ୍କୁଲରେ ସାନିଟାଇଜର ବ୍ୟବହାର କରିବା , ପାଠପଢା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମ ବନ୍ଦ ରହିବା ଆଦି ଗାଇଡଲାଇନ ଆଦି ଜାରି କରାଯାଇଛି । ଏହା ସହ ସ୍କୁଲକୁ ସାନିଟାଇଜ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
କରୋନାସ୍ଥିତିରେ ସାମାନ୍ୟ ସୁଧାର ଆସିବା ପରେ ସ୍କୁଲ ଗୁଡିକରେ ନବମରୁ ଦଶମ ଶ୍ରେଣୀ ପିଲାଙ୍କର ପାଠପଢା ଚାଲିଛି । ତେଣୁ ସତର୍କତାମୂଳକ ପଦକ୍ଷେପ ନେବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି ।
ତେବେ ସ୍କୂଲମାନଙ୍କରେ କୋଭିଡ ଗାଇଡ ଲାଇନ ଠିକ୍ ଭାବେ ପାଳନ କରାଯାଉଛି କି ନାହିଁ ଏହାର ତଦାରଖ କରିବା ପାଇଁ ପରାମର୍ଶ ଦିଆଯାଇଛି । ଏହାକୁ ନ ମାନିଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ ସତର୍କ କରିଦିଆଯାଇଛି ।