ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଶ୍ରୀକ୍ଷେତ୍ର ପୁରୀକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ସରକାର ଅଣ୍ଟା ଭିଡିଥିବା ବେଳେ ଏବେ ପୁଣି ସରକାରଙ୍କ ନଜରରେ ରହିଛି ଚନ୍ଦ୍ରଭାଗ ବେଳାଭୂମି । ଆଜ୍ଞା ହଁ ଚନ୍ଦ୍ରଭାଗା ପାଇଁ ପ୍ରସ୍ତୁତ ହେବ ମାଷ୍ଟରପ୍ଲାନ୍ । ଏନେଇ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସୂଚନା ଦେଇଛନ୍ତି ।
ଆଜି କୋଣାର୍କରେ ଆଇଏସ ସମ୍ମିଳନୀର ଦ୍ୱିତୀୟ ଦିନ ବୈଠକ । ଚନ୍ଦ୍ରଭାଗା ମାରାଇନ୍ ଡ୍ରାଇଭ ଠାରେ ଆୟୋଜିତ ହୋଇଥିବା ଇକୋ-ରିଟ୍ରିଟ୍ ଠାରେ ସମସ୍ତ ବରିଷ୍ଠ ଆଇଏସ ଅଧିକାରୀ ଏକାଠି ହୋଇଛନ୍ତି । ଏହସହିତ ଅସିତ୍ ତ୍ରିପାଠୀ, ସୁରେଶ ମହାପାତ୍ର ଏବଂ ପ୍ରଦୀପ୍ତ ମହାପାତ୍ର ସମେତ ପୁରୀ ଜିଲ୍ଲାପାଳ ଓ ଏସପି ଆଜି ସକାଳୁ ସକାଳୁ ପ୍ରାତଃଭ୍ରମଣ କରିଛନ୍ତି । ଏହି ଅବସରରେ ଚନ୍ଦ୍ରଭାଗାର ସୌନ୍ଦର୍ଯକରଣ ଏବଂ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିବା ପାଇଁ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ୍ ତିପାଠୀ ।