ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଏଥର ମାଟ୍ରିକ ପରୀକ୍ଷା ଦେବା ପାଇଁ ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଯିବାକୁ ପଡିବ ନାହିଁ । ଛାତ୍ରଛାତୀମାନେ ନିଜ ସ୍କୁଲରେ ଦେବେ ମାଟ୍ରିକ ପରୀକ୍ଷା । ପରୀକ୍ଷାର କାର୍ଯ୍ୟସୂଚୀ ଓ ସ୍ଥାନ ପରିବର୍ତ୍ତନ ମଧ୍ୟ କରାଯାଇଛିି । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବିଭାଗ ନିଷ୍ପତ୍ତି ନେଇଛନ୍ତି ।
କରୋନା ମହାମାରୀକୁ ଦୃଷ୍ଟିରେ ରଖି ପିଲାମାନଙ୍କର ରହିବା ଓ ଅଭିଭାବକ ମାନଙ୍କର ଯାତାୟତରେ ଭୋଗିବାର ଆଶଙ୍କା ଥିବାରୁ ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି । ଏନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି ।
ସକାଳ ୮ ଟାରୁ ୧୦ ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ପୂର୍ବରୁ ୧୦୦ ମାର୍କର ପରୀକ୍ଷା ପାଇଁ ଅଢେଇ ଘଣ୍ଟା ସମୟ ଦିଆଯାଉଥିବା ବେଳେ ଏବେ ଏହାର ସମୟ ବଦଳାଇ ୨ ଘଣ୍ଟା କରାଯାଇଛି । ଚଳିତ ବର୍ଷ ପିଲାମାନେ ପ୍ରତି ବିଷୟରେ ୮୦ ମାର୍କର ଉତ୍ତର ଦେବେ । ସେହିପରି ପ୍ରଶ୍ନପତ୍ରରେ ୫୦ ମାର୍କର ସଂକ୍ଷିପ୍ତ ଓ ୩୦ ମାର୍କର ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ରହିବ ।
କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପିଲାଙ୍କ ପାଠ୍ୟକମକୁ ୩୦ ପ୍ରତିଶତ କମାଇ ଦିଆଯାଇଛି । ଅବଶିଷ୍ଟ ୭୦ ପ୍ରତିଶତର ସିଲାବସକୁ ନେଇ ପରୀକ୍ଷାର୍ଥୀଙ୍କୁ ମାଗଣାରେ ଟେଷ୍ଟପେପର ଦେବା ପାଇଁ ସରକାର ଘୋଷଣା କରିଛନ୍ତି । ମୋଟ ୬ଲକ୍ଷ ୨୦ ହଜାର ୫୦୮ ପରୀକ୍ଷାର୍ଥୀଙ୍କୁ ଟେଷ୍ଟପେପର ସରକାର ପ୍ରଦାନ କରିବେ ବୋଲି କହିଛନ୍ତି ସ୍କୁଲ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ।
ଛାତ୍ରଛାତ୍ରମାନେ ନିଜ ସ୍କୁଲ ରେ ପରୀକ୍ଷା ଦେଲେ ବି ନିଜ ସ୍କୁଲର ଶିକ୍ଷକମାନେ ପରୀକ୍ଷାରେ ରହିପାରିବେ ନାହିଁ ।ଅନ୍ୟ ସ୍କୁଲର ଶିକ୍ଷକମାନେ ପରୀକ୍ଷା ନିରୀକ୍ଷକ ରହିବେ । ଏତତ ବ୍ୟତୀତ ସୁରକ୍ଷା ବ୍ୟବସ୍ଥରକୁ ମଧ୍ୟ କଡାକଡି କରାଯାଇଛି । ଏହା ସହ କପି ରୋକିବା ପାଇଁ ପ୍ରତି କେନ୍ଦ୍ରରେ ସିସିଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି ।