ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ ପରୀକ୍ଷା । ଏହି ଅବସରରେ ପରୀକ୍ଷା ସେଣ୍ଟର ଓ ନୋଡାଲ ସେଣ୍ଟର ମାନଙ୍କରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପ୍ରଶ୍ନପତ୍ର ସୁରକ୍ଷିତ ରଖିବା ପାଇଁ କେନ୍ଦ୍ରରେ ୨୪ ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ସମ୍ବେଦନଶୀଳ ସେଣ୍ଟର ମାନଙ୍କରେ ସିସିଟିଭି ଲଗାଯାଇଛି । ଅନ୍ୟପଟେ ଆଜି ଛାତ୍ରଛାତ୍ରୀ ମାନେ ପାଠ ପଢିବାର ଶେଷ ସୁଯୋଗକୁ ହାତ ଛଡା କରି ନାହାନ୍ତି ।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା କିଭଳି ଶୃଙ୍ଖଳିତ ହେବ ସେ ନେଇ ପ୍ରଶାସନ ତରଫରୁ ବିଭିନ୍ନ ପ୍ରକାରର ପଦକ୍ଷେପ ମାନ ଗ୍ରହଣ କରାଯାଇଛି । ଶିକ୍ଷକ ଓ ଛାତ୍ରଛାତ୍ରୀ ମାନେ ଯେପରି ମେବାଇଲ ଫୋନ ସେଣ୍ଟର ଭିତରକୁ ନନେବେ ସେଥିପାଇଁ ଦୃଷ୍ଟି ଦିଆଯାଇଛି । ସୁପରିଣ୍ଟେଣ୍ଡେଣ୍ଟ ମଧ୍ୟ ମେବାଇଲ ଫୋନ ଭିତରକୁ ନେଇ ପାରିବେ ନାହି ବୋଲି ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ଚଳିତବର୍ଷ ୫ଲକ୍ଷ ୬୦ହଜାର ଛାତ୍ରଛାତ୍ରୀ ମ୍ୟାଟ୍ରିକ ପରୀକ୍ଷା ଦେବେ। ଏହା ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ୧ହଜାରଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇଛି ।