ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଏଣିକି ଛାତ୍ରଛାତୀଙ୍କୁ ମାଟ୍ରିକ ସାର୍ଟିଫିକେଟ ପାଇଁ ଆଉ ସ୍କୁଲ କିମ୍ବା ବୋର୍ଡ ଅଫିସ ଯିବାକୁ ପଡିବ ନାହିଁ ।ଏବେ ଅନଲାଇନ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଛି ।
ସେହିପରି ଛାତ୍ରଛାତ୍ରୀଙ୍କ ମନରେ ସାର୍ଟିଫିକେଟ ହଜିଯିବା କିମ୍ବା ନଷ୍ଟ ହୋଇଯିବାର ଡର ରହୁଥିଲା । ଏବଂ ନୂଆ ସାର୍ଟିଫିକେଟ ଆବେଦନ ପାଇଁ ଦୀର୍ଘ ସମୟ ଲାଗୁଥିଲା । ବର୍ତ୍ତମାନ ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀମାନେ ଚିନ୍ତାମୁକ୍ତ ହୋଇପାରିବେ । ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ମଧ୍ୟ ପ୍ରଦାନ କରିବାକୁ ଓଡିଶା ସରକାରଙ୍କ ପକ୍ଷରୂ ବ୍ୟବସ୍ଥା କରାଯାଇଛି ।