ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି। ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ର ତୋଟାପଡା ପଞ୍ଚାୟତ ରୁ ସ୍ବାବ ରିପୋର୍ଟରେ ଜଣେ ସରକାରୀ କର୍ମଚାରୀ ପଜିଟିଭ ବାହାରିବାରୁ ତୋଟାପଡା ସରପଞ୍ଚ ପ୍ରମିଲା ଟୁଡୁ ପଞ୍ଚାୟତ କୁ କରୋନା ଜନିତ ଗୋଷ୍ଠୀ ସଂକ୍ରମଣ ଆଶଙ୍କା କରି ସରପଞ୍ଚ ଜିଲ୍ଲାପାଳ ଙ୍କ କ୍ଷ୍ୟମତା ପ୍ରୟୋଗ କରି ପଞ୍ଚାୟତ କୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରିଛନ୍ତି ।
ତୋଟାପଡା ପଞ୍ଚାୟତ ର ସମସ୍ତ ଅଞ୍ଚଳ କୁ ସାଇଟାଇଜ କରାଇଛନ୍ତି । ତେବେ ଆସନ୍ତା ସୋମବାର ୦୩/୦୮/୨୦ ରିଖ ସକାଳ ୧୦ ଠାରୁ ଗୁରୁବାର ୦୬/୦୮/୨୦ ରିଖ ସକାଳ ୧୦ଟା ପର୍ୟ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ୭୨ ଘଣ୍ଟା ସଟଡାଉନ କୁ ସମସ୍ତ ଜନସାଧାରଣ ମାନି ଘରେ ରହିବା ପାଇଁ ଅନୁରୋଧ କରିଛନ୍ତି ସରପଞ୍ଚ । ରାସଗୋବିନ୍ଦପୁର ଥାନା ଅଧିକାରୀ ଙ୍କୁ ଜଣାଇବା ସହିତ ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇଛି ।