ମୟୁରଭଞ୍ଜ ( ଏଟିଆର ବ୍ୟୁରୋ): ଜିଲ୍ଲା କରଞ୍ଜିଆ ବନଖଣ୍ଡକୁ ବର୍ଷରେ ଅନେକ ଥର ଝାରଖଣ୍ଡ ରୁ ହାତୀ ପଲ ଆସି ଚାଷ ଜମି ଆଦି କ୍ଷୟକ୍ଷତି କରିଥାନ୍ତି । ଗତ କିଛି ଦିନ ପୂର୍ବରୁ ଝାରଖଣ୍ଡ ରୁ ଆସିଛନ୍ତି ୨୧ ଟିକିଆ ହାତୀପଲ । ପ୍ରଥମେ ରରୁଆଁ , ଶୁକୃଳି ବ୍ଳକ ପରେ ଏବେ କରଞ୍ଜିଆ ବ୍ଳକର ଦରି ପଞ୍ଚାୟତ ରେ ହାତୀ ଆତଙ୍କ ଲାଗି ରହିଛି । ଗତକାଲି ଏହି ହାତୀପଲ ତିନୋଟି ଘର ଭାଙ୍ଗିବା ସହିତ ଅନେକ ଚାଷ ଜମି ଫସଲ ନଷ୍ଟ କରିଛନ୍ତି ।
ଦୁଇ ଦିନ ତଳେ ଦୁଷ୍ମନ୍ତ ନାଏକ ଙ୍କ ଘର ଭାଙ୍ଗିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରରେ ପୁଣି ଆଉ ଗୋଟିଏ ଘର ଭାଙ୍ଗି ଦେଇଛନ୍ତି, ହାତୀ ଗୁଡିକୁ ଦେଖିବାକୁ ଲୋକଙ୍କ ଶୁଅ ଛୁଟୁଛି ଏବେ ହାତୀ ପଲଙ୍କ ଯୋଗୁଁ ୪ ଦିନ ହେବ ଅଧିକାଂଶ ସମୟରେ ବିଦୁତ କଟିଯାଉଛି । ଜନସାଧାରଣ ରାତିରେ ନ ଶୋଇ ଜଗି ରହିଛନ୍ତି ।
ଦିନ ବେଳେ ହାତୀପଲ ଜଙ୍ଗଲରେ ରହୁଥିବା ବେଳେ ରାତିରେ ଗାଁ ଗୁଡିକରେ ଘର ଭାଙ୍ଗିବା ସହିତ ଧାନ ଚାଉଳ ଖାଉଛନ୍ତି ।ବନବିଭାଗ ପକ୍ଷରୁ ପାରୁ ପର୍ୟ୍ୟନ୍ତ ହାତୀ ପଲ କେମିତି ଜନବସତି ଆଡକୁ ନ ଆସନ୍ତୁ ସେ ନେଇ ଜଗିରହିଛନ୍ତି । ସେପଟେ ହାତୀ ପଲଙ୍କ ଗତିପଧ ଉପରେ ନଜର ରଖିଥିବା ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି