ବାରିପଦା(ଏଟିଆର ବ୍ୟୁରୋ):ନିଆଁରେ ଜଳୁଛି ଶିମିଳିପାଳ । ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିବା ପ୍ରତିବାଦରେ ଆଜି ମୟୂରଭଞ୍ଜରେ ୯ ଘଣ୍ଟିଆ ବନ୍ଦ ଡାକରା ଦେଇଛି । ପ୍ରାୟ ୨ ସପ୍ତାହରୁ ଅଧିକ ସମୟ ଧରି ଜଳୁଥିବା ଶିମିଳିପାଳକୁ ଆୟତ୍ତ କରିନାହାନ୍ତି ଜଙ୍ଗଲ ବିଭାଗ ଓ ସରକାରୀ କର୍ମଚାରୀ ।ଏନେଇ ପ୍ରତିବାଦରେ ଆଜି ବନ୍ଦ ଡାକରା ଦେଇଛି ଭଞ୍ଜସେନା ।
ଆଜି ସକାଳ ୬ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । ଭଞ୍ଜସେନାର କର୍ମୀମାନେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାଜରାସ୍ତା ଅବରୋଧ କରାଯାଇଛି । ଯାହାଫଳରେ ଗାଡିମଟର ଚଳାଚଳରେ ବାଧାପ୍ରାପ୍ତ ହୋଇଛି ।ଏହି ବନ୍ଦ ଡାକରାରେ ଜିଲ୍ଲାରେ ସମସ୍ତ ଦୋକାନବଜାର, ଶିକ୍ଷାନୁଷ୍ଠାନ,ଓ ଗାଡିମଟର ଚଳାଚଳ ବନ୍ଦ ରହିବା ସହ ଜାତୀୟ ରାଜପଥର ଉଭୟ ଦିଗରେ ଅନେକ ଟ୍ରକ ଅଟକି ରହିଛି ।
ତେବେ ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି କଂଗ୍ରେସ । ଶିମିଳିପାଳ ଉତ୍ତର ଜୋନରେ ୬ ଟି ରେଞ୍ଜରେ ୧୨ ଗୋଟି ବିଟ୍ ଅଞ୍ଚଳରେ ୯୩ ଟି ସ୍ଥାନରେ ନିଆଁ ଲାଗିଥିôବା ନେଇ ସାଟେଲାଇଟ୍ ରିପୋର୍ଟ ରୁ ସୂଚନା ମିଳିଛି । ଏହି ନିଆଁ କୁ ଲିଭାଇବା ପାଇଁ ଅଗ୍ନିଶମ ବିଭାଗର ୪ ଟି ଟିମ୍ ଜଙ୍ଗଲ ମଧ୍ୟକୁ ଯାଇଛନ୍ତି । ଏହି ଟିମରେ ବାଲେଶ୍ୱରରୁ ୨୬ ଜଣିଆ ଓଡ୍ରାଫ ଟିମ୍ ଏଥିରେ ଯୋଗ ଦେଇଛନ୍ତି ।