ଭୁବନେଶ୍ୱର (ଏଟିଆର ବ୍ୟୁରୋ ) ; ଓଲିଉଡରେ #MeToo । ସମଗ୍ର ଭାରତ ବର୍ଷରେ ଜାରି ରହିଛି #MeToo କ୍ୟାମ୍ପେନ । ଏଥିପାଇଁ ବଲିଉଡର ବଡ ବଡ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ଓଡିଉଡ କଳାକାର ମଧ୍ୟ ମୁହଁ ଖୋଲିବାକୁ ଆରମ୍ବ କଲେଣି । ଦୀର୍ଘଦିନରୁ ମାନସିକ ତଥା ଶାରିରୀକ ନିର୍ଯ୍ୟାତନା ସହି ଆସୁଥିବା ଅଭିନେତ୍ରୀ ଏଥର କ୍ୟାମେରା ଆଗରେ ବହୁ ନିର୍ଦ୍ଦେଶକ ,ପ୍ରଯୋଜକ ଓ କଳାକାରଙ୍କ ନାମରେ ଅଭିଯୋଗ ଆଣୁଛନ୍ତି । ଏମିତି କି #MeToo ପର୍ଯ୍ୟୟରେ ଜଣେ କେନ୍ଦ୍ରମନ୍ତ୍ରୀ ମଧ୍ୟ ଫସିଥିବା ନଜୀର ରହିଛି ।
ତେବେ #MeToo କୁ ନେଇ ମୁହଁ ଖୋଲିଛନ୍ତି ଓଲିଉଡର ଟେଲି ଅଭିନେତ୍ରୀ ଏଲି ପାଢୀ । ଅନେକ ପ୍ରଯୋଜକ ଯୁବତୀ ମାନଙ୍କୁ ପିଲ୍ମରେ ହିରୋଇନ ବନେଇବା ବଦଳରେ ସେମାନେ ତାଙ୍କ ଜୀବନରେ ହିରୋଇନ ବନେଇବାକୁ ଚାହାନ୍ତି ବୋଲି ଏଲି ଅଭିଯୋଗ କରିଛନ୍ତି । ଅନେକ ଯୁବତୀଙ୍କ ସାଥୀରେ ଏପରି ହୋଇଆସୁଅଛି କିନ୍ତୁ କାମ ନ ମିଳିବା ଭୟରେ କେହି କ୍ୟାମେରା ଆଗକୁ ଆସୁନାହାନ୍ତି ବୋଲି ଏଲି ପାଢୀ କହିଛନ୍ତି । ସେ କହିଛନ୍ତି ଯେ , ତାଙ୍କ ପ୍ରଥମ ଫିଲ୍ମ ଏ ମିଳନ ଯୁଗ ଯୁଗର ମୁକ୍ତିଲାଭ ପରେ ଭଲ ସଫଳତା ପାଇଥିଲା । ଏହାପରେ ତାଙ୍କୁ ଦ୍ୱିତୀୟ ଫିଲ୍ମର ଅଫର ଆସିଥିଲା ତେବେ ପ୍ରଯୋଜକ ତାଙ୍କୁ ପ୍ରୋଜେକ୍ଟ ବିଷୟରେ ଆଲୋଚନା ବାହାନାରେ ତାଙ୍କୁ ବାରମ୍ବାର ଫୋନ କରି ହଇରାଣ କରୁଥିଲେ ।
ତାଙ୍କ ସହ ୨ ଥର ଏମିତି କିଛି ଘଟଣା ଘଟିଥିବାର ସ୍ୱିକାର ମଧ୍ୟ କରିଛନ୍ତି ଏଲି । ତେବେ ବର୍ତ୍ତମାନ ସମୟରେ ସେହି ପ୍ରଯୋଜକ ଓଲିଉଡରେ ସକ୍ରୀୟ ନଥିବା ହେତୁ ତାଙ୍କ ନାମକୁ ପ୍ରକାଶ କରିନାହାନ୍ତି ଏଲି ପାଢୀ । ସେ ଆହୁରୀ ମଧ୍ୟ କହିଛନ୍ତି ବର୍ତ୍ତମାନ ସମୟରେ ନୂଆ ନୂଆ କଳାକାର ପିଲ୍ମ ଦୁନିଆକୁ ଆସି ଅତିଶିଘ୍ର ଲୋକପ୍ରୀୟ ହେବା ପାଇଁ ଇଚ୍ଚା ପ୍ରକାଶ କରୁଛନ୍ତି । ଖାସ କରି ଏହି କାରଣ ପାଇଁ କୌଣସି ଅଭିନେତ୍ରୀ ନିଜ ସହ ହୋଇଥିବା ନିର୍ଯାତନା ବିଷୟରେ ମୁହଁ ଖୋଲୁନାହାନ୍ତି ବୋଲି ଏଲି କହିଛନ୍ତି ।