ଭଦ୍ରକ (ଏଟିଆର ବ୍ୟୁରୋ) ; କଳିଯୁଗରେ ମଣିଷ ଡାକ୍ତରଙ୍କୁ ଭଗବାନ ମାନନ୍ତି । କାରଣ ଜଣେ ଡାକ୍ତର ମଣିଷ ଗୋଟିଏ ନୂଆ ଜୀବନ ଦେଇଥାଏ । ଯାହାକୁ ବିଶ୍ୱାସ କରନ୍ତି ସାଧାରଣ ଲୋକ । ମାତ୍ର ରକ୍ଷକ ଯେତେବେଳେ ଭକ୍ଷକ ସାଜେ ସେତେବେଳେ ଅସହାୟ ନିଜେ ନିଜର ପଦକ୍ଷେପ ନେବା ବାଧ୍ୟ ହୋଇଥାଏ । ତେବେ ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଳା ମହାକାଳପାଡ ବ୍ଳକ ତିଖିରି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ । ଗରୀବ ରୋଗୀଙ୍କ ପାଇଁ ସରକାର ଦେଉଥିବା ମାଗଣା ଔଷଧ ବାହାରେ ମିଳୁଛି । ମାତ୍ର ଏଥି ପାଇଁ ଲେକଙ୍କୁ ଦେବାକୁ ପଡୁଛି ପଇସା । ଏବଂ ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ସେବା ପାଇ ପାରୁ ନାହାଁନ୍ତି । ଯାହାଫଳରେ ପାଖରେ ମେଡିକାଲ ଥିଲେ ମଧ୍ୟ ଘରୋଇ ମେଡିକାଲରେ ଚିକିିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ରୋଗୀ ।
ସରକାରୀ ଔଷଧ ଗୁଡିକ ରୋଗୀମାନେ ପାଇ ପାରୁନାହାଁନ୍ତି । ମାତ୍ର ପରେ ଏହି ଏକ୍ସପାରୀ ଔଷଧ ଗୁଡିକୁ ପୋଡି ଦେଉଥିବା ଅଭିଯେଗ କରିଛନ୍ତି ସ୍ଥାନୀୟ ଲୋକ । ତେବେ ଏହି ଅଭିଯୋଗ ସମ୍ପର୍କରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀଙ୍କୁ ଏହି ପଚାରିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି । ମାତ୍ର ଲୋକମାନେ ମେଡିକାଲ କ୍ୟାମ୍ପସରେ ଥିବା ଏକ କୁଣ୍ଡ ଭିତରୁ ଲୁଚେଇ ରଖିଥିବା ଔଷଧକୁ ଦେଖିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଏଣୁ ସ୍ଥାନୀୟ ଲୋକ ପ୍ରତିବାଦ କରିବା ସହ ମେଡିକାଲରେ ତାଲା ପକେଇଛନ୍ତି । ଉତ୍ୟକ୍ତ ଲୋକ କହିଛନ୍ତି କି ଡାକ୍ତରଖାନାରେ ଥିବା ସମସ୍ତ କର୍ମଚାରୀ ଏଥିରେ ସମ୍ପୃକ୍ତ ଅଛନ୍ତି । ତିଖିରୀ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ସବୁ ଷ୍ଟାପଙ୍କୁ ବଦଳି କରାଯାଉ ବୋଲି ଦାବୀ କରିଛନ୍ତି ।