ନୁଆଦିଲ୍ଲୀ(ଏଟିଆର ବ୍ରୁରୋ):ସାରା ରାଜ୍ୟରେ କରୋନା ମହାମାରୀ ଦିନକୁ ଦିନ ବ୍ୟାପିବାରେ ଲାଗିଛି । ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୯୧ ଲକ୍ଷ ରୁ ପାର ହୋଇସାରିଲାଣି ।ଏବେ ସୁଦ୍ଧା ୯୧ ଲକ୍ଷ ୩୯ ହଜାର ୮୬୬କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।ଏ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା କାଲି ଦେଶର ସବୁଠାରୁ ଅଧିକ ସଂକ୍ରମଣ ହୋଇଥିବା ୮ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ଆସନ୍ତା କାଲି ଏହି ବୈଠକର ଭିଡ଼ିଓ କନଫେରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ସକାଳ ୧୦ ଟାରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲେଚନା କରିବେ । ଏବଂ ଏହା ପରେ ୧୨ ଟାରେ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ।
ଏହି ବୈଠକରେ ପ୍ରଧାନମନ୍ତ୍ରୀ କରୋନାର ବର୍ତ୍ତମାନ ସ୍ଥିତି ଉପରେ ଆଲୋଚନା କରିବେ । ଏବଂ ଏହା ସହ କରୋନା ଟିକା ବଣ୍ଟନ ନେଇ କିଭଳି ପ୍ରସ୍ତୁତି ଜାରି ରହିବ ଏହା ଉପରେ ଆଲୋଚନା ହେବ । ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୫୦ ହଜାର ରହୁଥିବା ବେଳେ ରାଜ୍ୟରେ କିନ୍ତୁ ସ୍ଥିତି ବିଗିଡ଼ିବାରେ ଲାଗିଛି ।ଏହାକୁ ଦୃଷ୍ଟିରେ ରଖି କିଛି ସହରରେ ରାତ୍ରୀକାଳିନ କଫ୍ୟୁ ମଧ୍ୟ ଜାରି କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ୫ ଟି ଭାକସିନର ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଁଚିଛି । କାହାକୁ ପ୍ରଥମେ ଏହି ଟିକା ଦିଆଯିବ , କେଉଁ ରାଜ୍ୟକୁ କେତେ ଟିକା ବଣ୍ଟାଯିବ , ଏବଂ ଟିକାର ଦାମ କେତେ ରହିବ ତାହା ଉପରେ ପ୍ରସ୍ତୁତି କରାଯାଇଛି ।