ଭୁବନେଶ୍ୱର ( ଏଟିଆର ବ୍ୟୁରୋ): ସରିଲା ପାଟକୁରା ଫୈସଲା । ବାଜି ମାରିନେଲା ବିଜେଡି । ବିଜୟଙ୍କୁ ବିଧାନସଭା ମାଟି ମଡାଇ ଦେଲା ନାହିଁ ବିଜେଡି । ୧୭ ହଜାରରୁ ଅଧିକ ଭୋଟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କୁ ପରାସ୍ତ କଲେ ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲ । ଗତକାଲି ପାଟକୁରା ଡଫଳ ବାହାରିବା ପରେ ଆଜି ପାଟକୁରା ମାନଓ ମନ୍ଥନ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ ନିବାସରେ ପାଟକୁରା ଫଳାଫଳ ନେଇ ସୁପ୍ରିମୋ ନବୀନଙ୍କ ସହ ଆଲୋଚନା କଲେ ବରିଷ୍ଠ ନେତା । ସାଙ୍ଗଠନିକ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି ପାଟକୁରା ଦାୟିତ୍ୱରେ ଥିବା କିଛି ବରିଷ୍ଠ ନେତା ।
ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଦେବୀ ମିଶ୍ର, ଅରୁଣ ସାହୁ, ପ୍ରଫୁଲ୍ଲ ମଲ୍ଲିକ, ପ୍ରଦୀପ ପାଣିଗ୍ରାହୀ, ଏବଂ ପ୍ରତାପ ଦେବଙ୍କୁ ନବୀନ ନିବାସରେ ଦେଖିବାକୁ ମିଳିଥିଲା । ବୈଠକରେ କେଉଁ ପଞ୍ଚାୟତରୁ କେତେ ଭୋଟ୍ ପାଇଛି ବିଜେଡି ଏବଂ ଭୋଟ ବ୍ୟବଧାନ କମିବା ନେଇ ମଧ୍ୟ ଆଲୋଚନା ହୋଇଥିବା ସୂଚନା ରହିଛି । ସେହିଭଳି ପାଟକୁରାରେ କିଭଳି ବିକାଶ ତ୍ୱରାନୀତ ହେବ ସେ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ଜଣା ପଡିଛି । ତେବେ ପାଟକୁରାରେ ବିଜେଡିର ଭୋଟ ପରିମାଣ କମିବାକୁ ନେଇ ଆଳି ବିଧାୟକ ପ୍ରତାପ ଦେବ ପ୍ରତିକ୍ରିୟା ଦେଇ କହିଛନ୍ତି ବିଜେଡିରେ ଗତ ସାଧାରଣ ନିର୍ବାଚନରେ ପାଟକୁରାରୁ ଯେତିକି ଭୋଟ୍ ପାଇଥିଲା ତାର ତିନି ଗୁଣା ଅଧିକ ଭୋଟ ପାଇଛି ବିଜେଡି ।
ଅନ୍ୟପଟେ ବିଜୟ ମହାପାତ୍ର କହିଛନ୍ତି ପାଟକୁରା ନିର୍ବାଚନ ଫଳାଫଳ ମତେ ଆଶ୍ଚର୍ୟ୍ୟାନ୍ଵିତ କରିଛି। ଲୋକମତ ମୋ ସପକ୍ଷରେ ଥିଲା। ତେବେ ଗଣତନ୍ତ୍ରରେ ଲୋକମତକୁ ସମ୍ମାନ ଦେବାକୁ ପଡ଼ିବ। ଲୋକଙ୍କ ରାୟକୁ ମାନିବାକୁ ପଡ଼ିବ। ନିର୍ବାଚନ ଫଳ ମୋ ବିପକ୍ଷରେ ଯିବାର ଅନେକ କାରଣ ଅଛି। ସରକାର ପାଟକୁରାକୁ ଘେରାବନ୍ଦୀ କରି ରଖିଥିଲେ। ମନ୍ତ୍ରୀ, ନେତା ପାଟକୁରାରେ ଡେରା ପକାଇ ରହିଥିଲେ। ଟଙ୍କା ବଣ୍ଟାଯିବା ମଧ୍ୟ ଫଳାଫଳରେ ପରିବର୍ତ୍ତନର ଅନ୍ୟତମ କାରଣ ବୋଲି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ବିଜୟ ମହାପାତ୍ର ।
ସୂଚନାଯୋଗ୍ୟ ପାଟକୁରା ହାଇଭୋଲଟେଜ ନିର୍ବାଚନରେ ବାଜି ମାରି ନେଲେ ସାବିତ୍ରୀ ଅଗ୍ରୱାଲ । ବିଜୟଙ୍କୁ ବିଧାନସଭା ମଡେଇ ଦେଲେ ନାହିଁ । ୧୭୬୫୫ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟଙ୍କୁ ପରାସ୍ତ କରଛନ୍ତି ସାବିତ୍ରୀ । ଶେଷ ରାଉଣ୍ଡ ସୁଦ୍ଧା ବିଜେଡିକୁ ୯୫୧୬୨ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେପିକୁ ୭୭୫୦୭ ଖଣ୍ଡ ଭୋଟ ଏବଂ କଂଗ୍ରେସକୁ ୨୦୯୦ ଖଣ୍ଡ ଭୋଟ ମିଳିଥିଲା ।