ଭୂବନେଶ୍ୱର(ଏଟିଆର ବ୍ୟୁରୋ): ନୀଳ ରଙ୍ଗର ପ୍ରତିକ ହେଉଛି ବୃଦ୍ଧି । କିଛି ଲୋକ ନିଜର ମାନସିକ ଚାପ କମ୍ କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରିଥାନ୍ତି । ପ୍ରତି ୧୫ ଜଣରେ ୫ ଜଣ ବ୍ୟକ୍ତି ମାନସିକଚାପରେ ଆକ୍ରାନ୍ତ ହୋଇଥାନ୍ତି । କିଛିି ଲୋକ ଏହି ଚାପକୁ କମ୍ କରିବା ପାଇଁ ମୋବାଇଲରେ ଗେମ ଖେଳୁଥିବା ବେଳେ ଆଉ କିଛି ଲୋକ ମଜାକିଆ ଭିଡିଓ ମଧ୍ୟ ଦେଖିଥାନ୍ତି ।
ବିଶେଷଜ୍ଞଙ୍କ କହିବା ଅନୁଯାଇ ଆମେ ଆମ ଦୈନଦିନ ଜୀବନରେ ବ୍ୟବହାର କରୁଥିବା ସୋସିଆଲ ସାଇଟରେ ମଧ୍ୟ ମାନସିକ ଚାପ କମ୍ କରିଥାଉ ।ସାଧାରଣତଃ ଆମେ ବ୍ୟବହାର କରୁଥିବା ଫେସବୁକ ଟ୍ୱିଟର ମଧ୍ୟ ନୀଳ ରଙ୍ଗର ହୋଇଥାଏ । ଏହା ପଛରେ ମଧ୍ୟ ଅନେକ କାରଣ ରହିଛି ।
ବିଭିନ୍ନ ଗବେଷଣାରୁ ଜଣାପଡିଛି ଯେ ନୀଳରଙ୍ଗ ମାନସିକ ଚାପକୁ କମ କରିବା ସହ ମନ ଫୁର୍ତ୍ତ ରଖିଥାଏ । ସେଥିପାଇଁ ଫେସବୁକ ଓ ଟ୍ୱିଟର ନୀଳ ରଙ୍ଗର ହୋଇଥାଏ । ନୀଳ ଆକାଶକୁ କିଛି ସମୟ ପର୍ଯ୍ୟନ୍ତ ଚାହିଁ ବସିଲେ ମନ ହାଲୁକା ଲାଗିଥାଏ । ନିଜର ଶୋଇବା ଘର କାନ୍ଥ ନୀଳ ରଙ୍ଗର ହୋଇଥିଲେ ଭଳ ନିଦ ହୋଇଥାଏ ।