ଭୁବନେଶ୍ୱର (ଏଟିଆର ବ୍ୟୁରୋ); ଆଜି ପବିତ୍ର ବଡ ଦିନ । ଗତକାଲି ରାତିରେ ଧରାପୃଷ୍ଠରେ ଅବତରଣ କରିଥିଲେ ପ୍ରଭୂ ଯୀଶୁ । ଯେଉଁ ଲାଗି ସାରା ବିଶ୍ୱରେ ଖେଳି ଯାଇଛି ଖୁସିର ଲହରୀ । ଆଜି ଯୀଶୁଙ୍କ ପାଦ ଚୁମ୍ବନ କରି ଶ୍ରଦ୍ଧା ନିବେଦନ କରିଛି ପୃଥିବୀ । ତେବେ ଓଡିଶାର କୋଣ ଅନୁକୋଣରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବିଭିନ୍ନ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଦ୍ୱାରା ପ୍ରଭୁଙ୍କୁ ସ୍ୱାଗତ କରାଯାଇଛି । ପ୍ରବଳ ଶୀତ ଅନୁଭୁତ ହୋଇଥିଲେ ମଧ୍ୟ ଏହାକୁ ଖାତିର ନକରି ଚର୍ଚ୍ଚରେ ଲାଗିଥିଲା ଶ୍ରଦ୍ଧାଳୁଙ୍କ ଭିଡ ।
ବିଶ୍ୱାସ ଅନୁସାରେ ପ୍ରଭୁ ଯୀଶୁ ମଧ୍ୟ ରାତ୍ରରେ ମଦର ମେରିଙ୍କ ଗର୍ଭରୁ ଜନ୍ମ ଗ୍ରହଣ କରିବେ ଏଣୁ ଏହି ରିତି ଅନୁସାରେ ପାଳନ କରିବା ପାଇଁ ଶ୍ରଦ୍ଧାଳୁ ମାନେ ଚର୍ଚ୍ଚରେ ଭିଡ ଜମାଇଥିଲେ । ସୁନ୍ଦର ଲାଇଟ ସାଙ୍ଗକୁ ଉପହାର ଖଚିତ ଖ୍ରୀଷ୍ଟମାସ ବୃକ୍ଷରେ ଝଲସୁଥିଲା ଚର୍ଚ୍ଚ । କେକ କାଟି ନାଚ ଗୀତରେ ଝୁମିଛନ୍ତି ଶ୍ରଦ୍ଧାଳୁ । ସେପଟେ ଓଡିଶାର କୋଣ ଅନୁକୋଣ ମଧ୍ୟ ଏହି ଉତ୍ସବ ପାଳନ କରାଯାଇଛି । ରାଜଧାନୀରେ ଥିବା ସମସ୍ତ ଚର୍ଚ୍ଚରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ସତ୍ୟ ନଗରରେ ଥିବା ଚର୍ଚ୍ଚରେ ସବୁଠାରୁ ଅଧିକ ଭିଡ ଜମିଥିବା ଜଣାପଡିଛି ।