ଭୂବନେଶ୍ୱର(ଏଟିଆର ବ୍ୟୁରୋ):ଆଜି ସମଗ୍ର ବିଶ୍ୱ ପାଳନ କରୁଛି ବଡଦିନ । ଧରାପୃଷ୍ଠରେ ଅବତରଣ କରିଛନ୍ତି ପ୍ରଭୁ ଯିଶୁ ।କିନ୍ତୁ ଏ ବର୍ଷ କୋଭିଡ କଟକଣା କାରଣରୁୂ ସବୁ ଉତ୍ସବ ଫିକା ପଡିଛି । କରୋନା କଟକଣା ଯୋଗୁ କଟକ , ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଚର୍ଚ୍ଚରେ ଭିଡ ଦେଖିବାକୁ ମିଳୁନଥିବା ବେଳେ କିଛି ସିମିତ ସଂଖ୍ୟକ ଲୋକଙ୍କୁ ନେଇ ଚର୍ଚ୍ଚରେ ପ୍ରାର୍ଥନା ହୋଇଛି ।
ଯିଶୁଙ୍କ ଜନ୍ମଦିନ ପାଳନ ଅବସରରେ ପ୍ରତ୍ୟେକ ଚର୍ଚ୍ଚ ଗୁଡିକ ଆଲୋକରେ ଉତ୍ସବ ମୁଖର ହୋଇ ଉଠିଥାଏ ।କିନ୍ତୁ ଏଥର ଚର୍ଚ୍ଚରେ ନାହିଁ କୋଳାହଳ । ଖ୍ରାଷ୍ଟଧର୍ମାବଳମ୍ବୀମାନଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ ପର୍ବ । ସେହିଭଳି ଭୁବନେଶ୍ୱରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୧୪୦ ଜଣ ଶ୍ରଦ୍ଧାଳୁଙ୍କୁ ନେଇ ଅନୁମତି ଦିଆଯିବ । ଚର୍ଚ୍ଚରେ ମାତ୍ର ୫ ଘଣ୍ଟା ପାଇଁ କାର୍ଯ୍ୟକ୍ରମ ହେବ ।
କରୋନା କଟକଣା ପାଇଁ ଚର୍ଚ୍ଚଗୁଡିକରେ ପୂର୍ବଭଳି ଲୋକମାନଙ୍କର ଭିଡ ନାହିଁ । କେଉଁ ଚର୍ଚ୍ଚରେ କେତେ ପରିମାଣରେ ଲୋକ ରହିପାରିବେ , ସେ ନେଇ ସ୍ଥାନାୟ ପ୍ରଶାସନ ପକ୍ଷରୁ ଏସଓପି ଜାରି କରାଯାଇଛି । ଛୋଟ ଚର୍ଚ୍ଚରେ ୨୦ ଜଣ ଓ ବଡ ଚର୍ଚ୍ଚରେ ୫୦ ଜଣ ପ୍ରାର୍ଥନା କରିପାରିବେ ବୋଲି କୁହାଯାଇଛି ।
ସାରା ବିଶ୍ୱକୁ କରୋନା ମୁକ୍ତ କରିବା ସହ ସମସ୍ତଙ୍କ ମଙ୍ଗଳକାମନା କରିବା ପାଇଁ ସେ ଯିଶୁଙ୍କ ପାଖରେ ପ୍ରାର୍ଥନା କରିଛନ୍ତି ବୋଲି ଖ୍ରୀଷ୍ଟଧର୍ମାବଳମ୍ବୀମାନେ ।