ଭୁବନେଶ୍ୱର(ଏଟିଆର ବ୍ୟୁରୋ): ରାଜପଥରେ ପଶୁ ପକ୍ଷୀଙ୍କ ଜୀବନ ବଞ୍ଚାଇବାକୁ ରାଜ୍ୟ ସରକାରଙ୍କ ନୂଆ ଯୋଜନା । ଦିନ ରାତି ୨୪ଘଣ୍ଟା ଖୋଲା ରହିବ ସହିଦ ନଗର ସ୍ଥିତ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ।
ଦିନକୁ ଦିନ ଭୁବନେଶ୍ୱରରେ ପଶୁ ପକ୍ଷୀଙ୍କ ଜୀବନ ଅଧିକ ନଷ୍ଟ ହେବାରେ ଲାଗିଛି । କୋଉଠି ଦୁର୍ଘଟଣାରେ ପୁଣି କୋଉଠି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବହୁ ପ୍ରାଣୀ ମାନଙ୍କ ଜୀବନ ଚାଲିଯାଉଛି । ସବୁଠାରୁ ବଡ ସମସ୍ୟା ହେଉଛି ଏହି ପ୍ରାଣୀ ମାନଙ୍କର ଜୀବନ ବଞ୍ଚାଇବା ପାଇଁ ମଧ୍ୟ ଚିକିତ୍ସାଳୟ ଗୁଡିକ ନିଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ ଖୋଲାରହୁଥିଲା ।
ବର୍ତ୍ତମାନ ଉଭୟ ସହର ଓ ଜାତୀୟ ରାଜପଥରେ ପ୍ରତିଦିନ ରାତିରେ ହେଉଥିବା ଦୁର୍ଘଟଣାରେ ପ୍ରାଣ ହରାଉଥିବା ପ୍ରାଣୀଧନକୁ ବଞ୍ଚାଇବାକୁ ରାତିରେ ବହୁମୁଖୀ ପ୍ରାଣୀ ଚିକିତ୍ସାଳୟକୁ ଖୋଲା ରଖିବାକୁ ସରକାରଙ୍କ ପକ୍ଷରୁ ନିଷ୍ପତି ନିଆଯାଇଛି । ଏବଂ ଖୁବ ଶୀଘ୍ର ଏହି ଯୋଜନାଟି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୁଚନା ମିଳିଛି ।
ବର୍ତ୍ତମାନ ସହିଦ ନଗର ସ୍ଥିତ ଏହି ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ସକାଳ ୮ଟାରୁ ରାତି ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ କରୁଛି । ଏହା ଫଳରେ ରାତିରେ ହେଉଥିବା ଦୁର୍ଘଟଣାରେ ବହୁ ଗାଈ ଓ ବୁଲା କୁକୁର ପ୍ରାଣ ହରାଉଛନ୍ତି । ଏବଂ ରାତିରେ ପ୍ରାଣୀ ଚିକିତ୍ସାଳୟ ବନ୍ଦ ରହୁଥିବାରୁ ଏମାନଙ୍କ ଚିକିତ୍ସା ମଧ୍ୟ ସମ୍ଭବ ହୋଇପାରୁନାହିଁ ।
ଏବେ ରାଜ୍ୟ ସରକାରଙ୍କ ତତ୍ପରତା ପରେ ଏହି ବହୁମୁଖୀ ପ୍ରାଣୀ ଚିକିତ୍ସାଳୟ ରାତି ଦିନ ୨୪ଘଣ୍ଟା ଖୋଲାଯାଇ ପ୍ରାଣୀ ଧନଙ୍କ ଚିକିତ୍ସା କରିବେ ଯାହାଫଳରେ ପ୍ରାଣୀ ଧନ ଜୀବନ ନଷ୍ଟ କମାଯାଇପାରିବ ଏବଂ ବହୁ ପଶୁ ପକ୍ଷୀଙ୍କ ଜୀବନ ବଞ୍ଚାଯାଇ ମଧ୍ୟ ପାରିବ ।