ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଲକ୍ ଡାଉନ୍ ପାଇଁ ଓଡିଶାରେ ବହୁ ବାହାର ରାଜ୍ୟର ଶ୍ରମିକ ମାନେ ଫସି ହୋଇ ରହିଥିଲେ । ତେବେ ବାହାର ରାଜ୍ୟରୁ ଆସିଥିବା ଶ୍ରମିକ ମାନେ ରାଜ୍ୟରେ ୧୪ ଦିନିଆ କ୍ୱାରେଣ୍ଟେଇନରେ ରହୁଥିଲେ । ଏହି କ୍ୱାରାଣ୍ଟଇନ ସମୟ ସୀମା ସରିଯାଇଛି । ଏବେ ଶ୍ରମିକ ମାନେ କାମ କରି ପାରେିବେ । ଶ୍ରମିକ ମାନଙ୍କୁ କାମକୁ ନବା ଆଣିବ ା କରିବା ପାଇଁ ଠିକାଦାର କିମ୍ବା ସଂସ୍ଥା ମାନଙ୍କୁ ସରକାର ପାସ୍ ଯୋଗାଇ ଦେବେ । ଏହି ପାସ ଜିଲ୍ଲାପାଳ ଦେବେ । ଶ୍ରମିକ ମାନଙ୍କୁ ନବା ଆଣିବା କରିବା ପାଇଁ ବସ୍ ମଧ୍ୟ ବ୍ୟବହାର କରାଯାଇପାରିବ । ତେବେ ରାଜ୍ୟରେ ପ୍ରାୟ ୧୬ ହଜାର ଶ୍ରମିକ ୧୪ ଦିନିଆ କ୍ୱାରେଣ୍ଟେଇନ ପୂରଣ କରିଛନ୍ତି । ଶ୍ରମିକ ମାନଙ୍କ ଯିବା ଆସିବା ପାଇଁ ଜିଲ୍ଲା ଶ୍ରମ ଅଧିକାରୀ ସମସ୍ତ ତଥ୍ୟ ପ୍ରଦାନ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ସୂଚନାଯେଗ୍ୟ ସାରା ବିଶ୍ୱ ଏବେ କରୋନା ମୁକାବିଲା କରିବାରେ ଲାଗିଛି । ତେବେ ଏହାର ପ୍ରଭାବ ଓଡିଶାରେ ମଧ୍ୟ ଦେଖିବାକୁ ମିଳିଛି । ଦୀର୍ଘ ଦିନ ହେବ ରାଜ୍ୟରେ ଲକ୍ ଡାଉନ୍ ଲାଗି ରହିଛି । ବିଭିନ୍ନ କାମ କରିବା ଆଶରେ ବାହାର ରାଜ୍ୟ ବହୁ ଶ୍ରମିକ ଓଡିଶା ଆସି ଫସି ଯାଇଥିଲେ । ତେବେ ସେମାନଙ୍କୁ ସରକାରଙ୍କ ପକ୍ଷରୁ କ୍ୱାରେଣ୍ଟେଇନରେ ରଖାଯାଇଥିଲା । ଏବେ ସେମାନଙ୍କର ୧୪ ଦିନିଆ କ୍ୱାରେଣ୍ଟେଇନ ସରିଯାଇଛି । ଫଳରେ ସେମାନେ ରାଜ୍ୟ ଭିତରେ କାମ କରିପାରିବେ ବୋଲ ଜଣା ପଡିଛି ।