ଭୁବନେଶ୍ୱର(ଏଟିଆର ବ୍ୟୁରୋ); ଘଞ୍ଚ ଜଙ୍ଗଲ ଭିତରେ ମାତିଛନ୍ତି ଖଣି ମାଫିଆ । ଲୁଟ ହେଉଛି ଲୁହାପଥର ଓ ମାଙ୍ଗାନିଜ ଭଳି ବହୁମୂଲ୍ୟ ଖଣିଜ ସଂପଦ । ହେଲେ ନା ଜାଣୁଛି ପୁଲିସ ନା ବନବିଭାଗ । ସତରେ ଜାଣୁ ନାହାଁନ୍ତିି କି ନଜାଣିବାର ଅଭିନୟ କରୁଛନ୍ତି ତାହା କହିବା ମୁସ୍କିଲ କିନ୍ତୁ ଏକଥା ସତ ଉଭୟ ବିଭାଗ ନିଜ କର୍ତ୍ତବ୍ୟରେ କରୁଛନ୍ତି ଅବହେଳା । ନଚେତ ଖଣି ଖାଦାନ ଭରା ସୁନ୍ଦର ଗଡ ବଣେଇ ଉପଖଣ୍ଡ କୋଇଡା ଥାନା ଅଞ୍ଚଳରେ ଘଞ୍ଚ ଜଙ୍ଗଲରେ କେମିତି ଚାଲୁଛି ବେଆଇନ ଖାଦାନ ।
ଏ ହେଉଛି ପାଟମୁଣ୍ଡା ପଞ୍ଚାୟତର ପୁଡାଡିହୀ ଜଙ୍ଗଲ । ଯେଉଁଠି ବେଧଡକ ଚାଲିଛି ମାଙ୍ଗାନିଜ ଚୋରୀ । ଏ ମାଙ୍ଗାନିଜ ପଥର ବୋଝେଇ ଟ୍ରକ ଓ ଏ ଶାବଳ କୋଦାଳ ବୟାନ କରୁଛି ଏଠାରେ କେତେ ସକ୍ରିିୟ ଖଣି ମାଫିଆ । ଜଙ୍ଗଲରେ ଲୁଚିଛପି ଖାଲି ଖାଦାନ ଖୋଳା ଯାଇନି, ବରଂ ଏଠାକୁ ଟ୍ରକ ଯାତାୟତର ସୁବିଧା ପାଇଁ ପ୍ରଶସ୍ତ ରାସ୍ତା ନିର୍ମାଣ କରିଛନ୍ତି ମାଫିଆ ।
ତେବେ ଥରେ ଅଧେ ଚଢ଼ାଉ କରି ଚୁପ ରହୁଛି ବନ ବିଭାଗ ଚୁପ ରହୁଛି ପୁଲିସ । ଚଢ଼ାଉ ଭୟରେ ଦୁଇ ଚାରିଦିନ ତ ସବୁ ଠିକଠାକ କିନ୍ତୁ ତା ପରେ ଯଥା ପୂର୍ବଂ ତଥା ପରଂ । ମାନେ ପୁଣି ସକ୍ରିୟ ହୋଇ ଉଠୁଛନ୍ତି ମାଫିଆ ଆଉ ଚଳାଉଛନ୍ତି ନିଜ କଳାଧନ୍ଦା । ନିୟମିତ ଯାଂଚ ଓ ପାଟ୍ରୋଲିଂ ନହେଲେ ଏହି ବେଆଇନ ଖଣିଖାଦାନକୁ ରୋକିବା ଅସମ୍ଭବ ବୋଲି ମତ ପ୍ରକାଶ ପାଇଛି ।