ମୋହନା (ଏଟିଆର ବ୍ୟୁରୋ): ଭାରସାମ୍ୟ ହାରାଇ ଘାଟିରେ ଉଲଟି ପଡିଲା କୁକୁଡା ବୋଝେଇ ମିନିଟ୍ରକ୍ । ଦୁର୍ଘଟଣାରେ ୩୦୦ କୁକୁଡାଙ୍କ ମୃତ୍ୟୁ ହୋଇଛି । ଏହାସହିତ ଗାଡି ଡ୍ରାଇଭର ଜଣଙ୍କ ସାମାନ୍ୟ ଆହାତ ହୋଇଥିବା ଜଣାପଡିଛି । ଘଟଣାଟି ନଜର ଆସିଛି ଗଜପତି ଜିଲ୍ଲା ମୋହନା ରାମଗଡ ନିକଟସ୍ଥ କେନ୍ଦୁଝର ଘାଟିରେ ।
ଆଜି ଭୋରୁ ଟ୍ରକ୍ ଟି କୁକୁଡା ବୋଝେଇ କରି ଛତ୍ରପୁରରୁ ଗୁଣୁପୁରୁ ଯାଉଥିବା ବେଳେ କେନ୍ଦୁଝର ଘାଟିରେ ଓଲଟି ପଡିଥିଲା । ସବୁଠୁ ବଡକଥା ହେଉଛି ଦୁର୍ଘଟଣା ପରେ ଲୋକେ ପୋଲିସ୍ କୁ ଖବର ଦେବା ବଦଳରେ କୁକୁଡାଙ୍କୁ ବୋହି ଚମ୍ପଟ ହୋଇଥିଲେ । ଘଟଣାରେ ପୋଲିସ ପହଁଚି ଟ୍ରକ୍ କୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।