ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସରକାରଙ୍କ ଆକଳନ ଅନୁଯାୟୀ ଦେଶର ୨୫ ପ୍ରତିଶତ ଗରିବ ଘରର ସଦସ୍ୟଙ୍କୁ ନ୍ୟୁନତମ ଗ୍ୟାରେଣ୍ଟି ପ୍ରଦାନ କରିବା ପାଇଁ ପାଖାପାଖି ୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ଏହି ଗଣନା ୩୨୧ ଟଙ୍କା ପ୍ରତିଦିନ ବେତନ ଭୋଗୀଙ୍କ ଉପରେ ଅଧାରିତ, ମାନେ ପ୍ରତ୍ୟେକ ମାସରେ ୯,୬୩୦ ଟଙ୍କା, ଯାହା କୃଷି ଶ୍ରମିକଙ୍କ ପାଇଁ କେନ୍ଦ୍ର ଅନିବାର୍ଯ୍ୟ କରିଛି । ଯଦି ୧୮-୩୦ ପ୍ରତିଶତ ଘରକୁ ଟାର୍ଗଟ କରାଯାଏ ତେବେ ଏହା ୫ କୋଟି ଟଙ୍କାରୁ ଉପରେ ହେବ ।
ଏହାର ସଂକେତ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ୍ ଏକ ଇଣ୍ଟରଭ୍ୟୁରେ କହିଥିଲେ । ଏହା ପୂର୍ବରୁ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଥିଲେ କି ଯଦି ସେ ଲୋକସଭା ନିର୍ବାଚନରେ ବିଜୟୀ ହୁଅନ୍ତି ତେବେ ସେ ନ୍ୟୁନତମ ଆୟର ଗ୍ୟାରେଣ୍ଟି ଦେବେ । ହୁଏତ କଂଗ୍ରେସ ଅଧ୍ୟକ୍ଷ ତାଙ୍କ ପ୍ରସ୍ତାବ ବିଷୟରେ ବିଶେଷ କିଛି କହି ନାହାନ୍ତି । ସମାଜର ଗରିବ ବର୍ଗ ପାଇଁ ଏହି ପ୍ରକାରର ଯୋଜନା ଲାଗୁ କରିବା ଦ୍ୱାରା ସରକାରଙ୍କ ଉପରେ ଆର୍ଥିକ ଭାର ବଢିଯିବ । କାରଣ ସେ ପୂର୍ବରୁ ହିଁ କିଛି ଜିନିଷ ଉପରେ ସବସିଡି ଦେଉଛନ୍ତି ।
ଦୁଇ ବର୍ଷ ପୂର୍ବରୁ ଆସିଥିବା ଆର୍ଥିକ ସର୍ବକ୍ଷଣରେ ସାର୍ବଭୌମିକ ଆୟର ଅନ୍ତର୍ଗତ ୭୫ ପ୍ରତିଶତ ଘରକୁ ବର୍ଷକରେ ୭,୬୨୦ ଟଙ୍କା ଦେବା ପାଇଁ କୁହାଯାଇଥିଲା । ଯାହାଦ୍ୱାରା ପ୍ରତ୍ୟେକ ବ୍ୟକ୍ତି ଗରିବ ରେଖା ଉପରୁ ଜୀବନ ଯାପନ କରିପାରିବ । କିନ୍ତୁ ଏହାକୁ ଲାଗୁ କରାଗଲା ନାହିଁ କାରଣ ଏହାର ଖର୍ଚ୍ଚ ଅଧିକ ଆସୁଥିଲା ଏବଂ ଗରିବ ଏବଂ ମଧ୍ୟମ ବର୍ଗର ଲୋକଙ୍କୁ ମିଳିବାକୁ ଥିବା ସବସିଡି ହଟାଇ ପାରିବ ନାହିଁ ।
ସର୍ଭେରେ ଅନୁମାନ କରାଯାଇଥିଲା କି ଏହାର ଜିଡିପି ୪.୯ ପ୍ରତିଶତ ହେବ । ଏଥିରେ ପ୍ରସ୍ତାବ ଦିଆଦିଆଥିଲା କି ଯଦି ୨୫ ପ୍ରତିଶତ ଘରର ୫ ଜଣ ସଦସ୍ୟଙ୍କ ନ୍ୟୁନତମ ଆୟର ଗ୍ୟାରେଣ୍ଟି ଦିଆଯିବ ତେବେ ଏହାର ଦର ବର୍ଷକୁ ୨.୪ କିମ୍ବା ୨.୫ ଲକ୍ଷ ଟଙ୍କା ବର୍ଷକୁ ଆସିବ । ସେହି ଘରର ୫ ଜଣ ସଦସ୍ୟଙ୍କୁ ପ୍ରତି ମାସରେ ୩,୧୮୦ ଟଙ୍କା ଦେବାରେ ସରକାରଙ୍କ ଖର୍ଚ୍ଚ ୧.୭୫ କୋଟି ଟଙ୍କା ଆସିବ ।
ଏଯି ଯୋଜନାକୁ ଲାଗୁ କରିବାକୁ ନେଇ ବିଭିନ୍ନ ପ୍ରକାରର ଚିନ୍ତା ରହିଥିଲା । ଖାସ୍ କରି ଏଭଳି ଘରକୁ ଚିହ୍ନାବା । ହୁଏତ ପୂର୍ବତନ ଆର୍ଥିକ ଉପଦେଶକାରୀ ଅରବିନ୍ଦ ସୁବ୍ରମଣ୍ୟମଙ୍କ କହିବା ଅନୁଯାୟୀ ଏହାକୁ ଲାଗୁ କରାଯାଇ ପାରିବ । ସେ ପ୍ରସ୍ତାବ ଦେଇଥିଲେ କି ଯେଉଁ ଲୋକଙ୍କ ପାଖରେ ଏସି ,କାର ଏବଂ ବ୍ୟାଙ୍କବାଲାନ୍ସ ଥିବ ତାଙ୍କୁ ଏହି ଯୋଜନା ପୃଥକ କରାଯାଉ ।